କର୍ଲାପାଟ ହାତୀ ମୃତ୍ୟୁ ଘଟଣା: ନିଲମ୍ବିତ ହେଲେ ପ୍ରାଣୀଧନ ନିରୀକ୍ଷଣ ଅଧିକାରୀ - 7 elephant died in karlapat
08:51 February 22
କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟ ଘଟଣାରେ ନିଆଗଲା କାର୍ଯ୍ୟାନୁଷ୍ଠାନ।
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣା । କର୍ଲାପାଟ ପ୍ରାଣୀଧନ ନିରୀକ୍ଷଣ ଗଣେଶ ପୂଜାରୀ ନିଲମ୍ବିତ । କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କଲା ପ୍ରାଣୀ ସମ୍ପଦ ବିଭାଗ । ଗତ 20 ଦିନ ମଧ୍ୟରେ କର୍ଲାପାଟ ଅଭୟାରଣ୍ୟରେ 7ଟି ହାତୀଙ୍କ ମୃତ୍ୟୁ ହୋଇଛି । ଗାଁ ଗାଁ ଯାଇ ଗୃହପାଳିତ ପଶୁଙ୍କୁ ଟୀକାକରଣ କରିବାରେ ଅବହେଳା ଯୋଗୁଁ ଗଣେଶ ପୂଜାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏନେଇ ପଶୁ ସମ୍ପଦ ଓ ପ୍ରାଣୀ ଚିକିତ୍ସା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ପ୍ରତାପ କିଶୋର ଖମାରୀ ସୂଚନା ଦେଇଛନ୍ତି ।
ଏହା ପୂର୍ବରୁ ଶନିବାର 3 ଜଣିଆ କେନ୍ଦ୍ରୀୟ ଟିମ ଅଭୟାରଣ୍ୟ ଗସ୍ତ କରି ହାତୀ ମଡକ ଉପରେ ଅନୁଧ୍ୟାନ କରିଥିଲେ । ତେନ୍ତୁଳିପଦର ଓ ଘୁଷୁରିଗୁଡି ସହ ବିଭିନ୍ନ ଗାଁକୁ ଯାଇ ତଦନ୍ତ କରିଥିଲେ । ଏହି ସମୟରେ ହାତୀ ମୃତ୍ୟୁ କାରଣ ହ୍ୟୁମରେଜିକ ସେଫଟିସେନିଆ ବା ସାହାଣ ରୋଗ ବୋଲି ସ୍ପଷ୍ଟ ହୋଇଥିଲା । ତେବେ କେନ୍ଦ୍ରୀୟ ଟିମ 5 ଟି ସ୍ଥାନରୁ ସାମ୍ପୁଲ ନେଇଥିଲେ ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ