ଭବାନୀପାଟଣା: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଏନେଇ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ଥାନା ସମ୍ମୁଖରେ ଜିଲ୍ଲାର ସମସ୍ତ ଆମ୍ବେଦକର ବାଦୀ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଉତ୍ତର ପ୍ରଦେଶ ହାଥରସର ଜଣେ ଯୁବତୀଙ୍କୁ ଅମାନବୀୟ ଭାବେ ଗଣ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଥିଲା ।
ହାଥରସ ଗଣଦୁଷ୍କର୍ମ ଘଟଣା ବିରୋଧରେ ଆମ୍ବେଦକର ପାର୍ଟି ପକ୍ଷରୁ ବିକ୍ଷୋଭ
ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଏନେଇ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ଥାନା ସମ୍ମୁଖରେ ଜିଲ୍ଲାର ସମସ୍ତ ଆମ୍ବେଦକର ବାଦୀ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅଧିକ ପଢନ୍ତୁ...
ହାଥରସ ଗଣଦୁଷ୍କର୍ମ ଘଟଣାରେ ଆମ୍ବେଦକର ପାର୍ଟିର ବିକ୍ଷୋଭ
ପୀଡିତାଙ୍କ ଅନ୍ତିମ ସଂସ୍କାରକୁ ନେଇ ମଧ୍ୟ ହାଥରସ ପ୍ରଶାସନ ଉପରେ ବଡ ପ୍ରଶ୍ନ ଉଠିଛି। ପୀଡିତାଙ୍କୁ ରାତି ଅଧିଆ ପ୍ରାୟ ୨ଟା ୩୦ରେ ଅନ୍ତ୍ୟେଷ୍ଟି କରାଯାଇଥିଲା। ପରିଜନଙ୍କ ଅନୁରୋଧକୁ ମଧ୍ୟ କର୍ତ୍ତୃପକ୍ଷ ଶୁଣିନଥିଲା। ତେବେ ଏନେଇ ସମ୍ପୃକ୍ତ ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦେବା ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ପୋଲିସକୁ ତୀବ୍ର ନିନ୍ଦା କରିଥିଲେ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ