କଳାହାଣ୍ଡି: ପୁଣି କଳାହାଣ୍ଡିରେ ଦେଖିବାକୁ ମିଳିଛି ମାଓବାଦୀ ପୋଷ୍ଟର । ଏହି ପୋଷ୍ଟର ମାଧ୍ୟମରେ ମାଓବାଦୀ ନିଜର ସ୍ଥିତି ଜାହିର କରିଛନ୍ତି ।
କଳାହାଣ୍ଡି ଜିଲ୍ଲାର ବିଶ୍ବନାଥପୁର ଥାନା ସହର ମଧ୍ୟରେ ଥିବା ବିଜେପୁର ଛକରେ ସିପିଆଇ ମାଓବାଦୀ ବାଶଧାରା-ଘୁମୁସର-ନାଗାବଳୀ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ବେଳେ ପୋଷ୍ଟରରେ ସ୍ଥାନୀୟ ଅଞ୍ଚଳର କିଛି ନେତାଙ୍କୁ ଆଗାମୀ ଦିନରେ ଦଣ୍ଡିତ କରାଯିବା ନେଇ ଉଲ୍ଲେଖ କରାଯାଇଛି ।