ଭବାନୀପାଟଣା: ପୋଷ୍ଟର ଲଗାଇବାର 24 ଘଣ୍ଟା ନପୂରୁଣି ପୁଣି କଳାହାଣ୍ଡିରେ ଲାଗିଲା ମାଓ ପୋଷ୍ଟର । ପୋଷ୍ଟର ମାରି ନିଜର ଦବ୍ଦବା ଜାହିର କଲା ମାଓ ସଂଗଠନ । ଗତକାଲି କଳାହାଣ୍ଡିରେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ନେଇ ଲାଲବାହିନୀ ପୋଷ୍ଟର ଜାରି କରିଥିବା ବେଳେ ଆଣି ପୁଣି ପୋଷ୍ଟର ଜାରି କରିଛି ଲାଲ ସଂଗଠନ।
କଳାହାଣ୍ଡିରେ ପୁଣି ମାଓ ପୋଷ୍ଟର, ସ୍ବାଧୀନତା ଦିବସକୁ କଳା ଦିବସ ପାଳିବାକୁ ଆହ୍ବାନ ଏହା ମଧ୍ୟ ପଢନ୍ତୁ:-ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେବା ନେଇ ଲାଲବାହିନୀର ପୋଷ୍ଟର
କଳାହାଣ୍ଡି କନ୍ଧମାଳ ସୀମାନ୍ତର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଜିଲ୍ଲାର ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରି ଅଞ୍ଚଳର ବିଜାମାଳ, ହରିଡାପଡା ସିଂହପୁର, ସମେତ ମୋହନଗିରିରୁ କନ୍ଧମାଳ ବାଳିଗୁଡାକୁ ସଂଯୋଗ କରୁଥିବା ରାସ୍ତାରେ ମଧ୍ୟ ଲାଗିଛି ମାଓବାଦୀଙ୍କ ପୋଷ୍ଟର।
ଦେଶରେ ଚାଷୀ ସଙ୍କଟ, ଖାଦ୍ୟ ଅଭାବ, ବେରୋଜଗାରୀ,ମହିଳାଙ୍କ ଉପରେ ଅତ୍ୟାଚାର ଦରଦାମ ବୃଦ୍ଧି, ମାନବିକତା ଦହନ ବିରୋଧରେ ପ୍ରକୃତିକୁ ବଞ୍ଚାଇବା ପାଇଁ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ପୋଷ୍ଟର ମାଧ୍ୟମରେ ଆହ୍ବାନ ଦେଇଛି ଲାଲବାହିନୀ । ବିପ୍ଲବୀ ମାଓ ନେତା ଚାରୁ ମଜୁମଦାର,ପୂର୍ଣ୍ଣନ୍ଦ ମୁଖାର୍ଜୀଙ୍କ ବଳିଦାନ ଶ୍ରଦ୍ଧାଞ୍ଜଳି ପାଇଁ ଆଜି ଠାରୁ ପ୍ରତି ଗାଁରେ ଶହୀଦ ସପ୍ତାହ ପାଳନ ନେଇ ପୋଷ୍ଟର ମାଧ୍ୟମରେ ଆହ୍ବାନ କରିଥିବା ବେଳେ ସ୍ୱାଧୀନତା ଦିବସକୁ କଳା ଦିବସ ଭାବରେ ପାଳନ ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି ।
ପୋଷ୍ଟର ଟି (KKBN) କଳାହାଣ୍ଡି କନ୍ଧମାଳ ବୌଦ୍ଧ ନୟାଗଡ଼ ଡିଭିଜନାଲ କମିଟି ମାଓବାଦୀ ପକ୍ଷରୁ ଜାରି କରାଯାଇଥିବା ନେଇ ପୋଷ୍ଟରରେ ଉଲ୍ଲେଖ ରହିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।