ଓଡିଶା

odisha

ETV Bharat / state

2 ବର୍ଷ ପରେ ଖୋଲିଲା ଫୁର୍ଲିଝରଣ ଜଳପ୍ରପାତ, ପର୍ଯ୍ୟଟକଙ୍କ ଭିଡ

2 ବର୍ଷ ପରେ ଖୋଲିଲା କଳାହାଣ୍ଡି ଫୁର୍ଲିଝରଣ ଜଳପ୍ରପାତ । ଜମିଲା ପର୍ଯ୍ୟଟକଙ୍କ ଭିଡ । ଆଜି ପୁନଃମରାମତି ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି ଜଳପ୍ରପାତ ।

ଫଟୋ ସୌଜନ୍ୟ : ସମ୍ବାଦଦାତା,କଳାହାଣ୍ଡି

By

Published : Jul 8, 2019, 12:04 PM IST

କଳାହାଣ୍ଡି: ପୁଣି ଚଳଚଞ୍ଚଳ କଳାହାଣ୍ଡି ଜିଲ୍ଲାର ସୁପରିଚିତ ପର୍ଯ୍ୟଟନସ୍ଥଳୀ ଫୁର୍ଲିଝରଣ ଜଳପ୍ରପାତ । ପ୍ରାୟ ୨ ବର୍ଷ ହେବ କର୍ଲାପାଟ ଅଭୟାରଣ୍ୟ ପରିସରରେ ଥିବା ଏହି ପର୍ଯ୍ୟଟନସ୍ଥଳୀ ଦର୍ଶକଙ୍କ ପାଇଁ ସୁରକ୍ଷା ଦୃଷ୍ଟିକୋଣରୁ ବନ୍ଦ ରହିଥିବାବେଳେ ଆଜି ପୁନଃମରାମତି ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି ।

ପ୍ରାଥମିକ ପର୍ଯ୍ୟାୟରେ ମରାମତି ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ଏହାର ପୁନଃରୁଦ୍ଧାର କରାଯାଇଛି । ଆଗାମୀ ଦିନରେ ଏହି ପର୍ଯ୍ୟଟନସ୍ଥଳୀର ବିକାଶ ସହ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କଳାହାଣ୍ଡି

ଦୀର୍ଘ ୨ ବର୍ଷ ପରେ ଜଳପ୍ରପାତକୁ ଉପଭୋଗ କରିବାର ସୁଯୋଗ ମିଳିଥିବାରୁ ପର୍ଯ୍ୟଟକଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏସବୁ ଭିତରେ ଏହାର ରକ୍ଷଣାବେକ୍ଷଣା ନେଇ ବିଭାଗ ଏକ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପର୍ଯ୍ୟଟକ ମହଲରେ ମତ ପ୍ରକାଶ ପାଇଛି ।


କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details