କଳାହାଣ୍ଡି: କୋକସରା ଥାନା ଆଇଁଲି ଗାଁରେ ଅଘଟଣ । ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ଗୁରୁତର ବୃଦ୍ଧ ପରିକ୍ଷୀତ ରାଉତ । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ କୋକସରା ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଶୌଚ ଯିବା ହେଲା କାଳ: ବୃଦ୍ଧଙ୍କ ମୁହଁକୁ କ୍ଷତାକ୍ତ କଲା ଭାଲୁ - ଭାଲୁ ଆକ୍ରମଣ
କୋକସରା ଥାନା ଆଇଁଲି ଗାଁରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
ଭାଲୁ ଆକ୍ରମଣରେ ପରୀକ୍ଷିତଙ୍କ ମୁହଁରେ ଗଭୀର କ୍ଷତ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ସକାଳେ ସେ ନଦୀକୁ ଶୌଚ ପାଇଁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ ବୋଲି ଗ୍ରାମବାସୀ କହିଛନ୍ତି ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ