ଭବାନୀପାଟଣା: ବାହାଘରକୁ ମାତ୍ର 10 ଦିନ ନ ପୁରୁଣୁ ନବବଧୂର ଆତ୍ମହତ୍ୟା । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଥୁଆମୂଳ ରାମପୁର ଥାନା ଅଧିନସ୍ଥ ଉପରଝାପି ଗାଁରେ । ମୃତ ମହିଳା ହେଲେ ମୁକ୍ତାମଣି ନାଏକ । ସେ ଓଢଣୀରେ ଫାସି ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଗତ 15 ତାରିଖରେ ମୁକ୍ତା ଗୋପାଳପୁର ପଞ୍ଚାୟତର ଉପରଝାପି ଗାଁର କୈଳାସ ନାଏକଙ୍କୁ ପ୍ରେମ ବିବାହ କରିଥିଲେ । ହେଲେ ସେ ଶନିବାର ଓଢଣୀରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା କନ୍ୟା ଘରକୁ ଖବର ଦେଇଥିଲେ ଶାଶୁଘର ଲୋକେ ।