ଓଡିଶା

odisha

ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ, ଛୁରା ମାଡରେ ଜଣେ ଗୁରୁତର - କଳାହାଣ୍ଡିରେ ହତ୍ୟା ଉଦ୍ୟମ

କଳାହଣ୍ଡି ଜିଲ୍ଲା କଲମପୁର ବ୍ଲକ ଖଙ୍ଗାରଗୁଡାରେ ଏଭଳି ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ । ଜଣେ ଗୁରୁତର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାଣ୍ଡି

By

Published : Sep 30, 2019, 11:09 AM IST

କଳାହାଣ୍ଡି: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ । କଳାହଣ୍ଡି ଜିଲ୍ଲା କଲମପୁର ବ୍ଲକ ଖଙ୍ଗାରଗୁଡାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସେପଟେ ଗୁରୁତରଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାଣ୍ଡି


ସୂଚନା ଅନୁସାରେ ଗତ ଦୁଇ ଦିନ ତଳେ ଖଙ୍ଗାରଗୁଡା ଗାଁର ଅମିତ ବେହେରା ଓ ଉଦିତ ପଣ୍ଡାଙ୍କ ମଧ୍ୟରେ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଅମିତ ରାଗ ରଖି ଉଦିତଙ୍କ ପେଟରେ ଛୁରା ମାଡ ମାରିଛି । ଆକ୍ରମଣରେ ଉଦିତ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସେପଟେ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି ।


କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ABOUT THE AUTHOR

...view details