ଓଡିଶା

odisha

ETV Bharat / state

ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦୀ, ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ - ମାଓବାଦୀଙ୍କ ବିସ୍ଫୋରଣରେ ସାମ୍ବାଦିକ ମୃତ୍ୟୁ ଖବର

ଖବର ସଂଗ୍ରହ ସମୟରେ ସାମ୍ବାଦିକଙ୍କ ମୃତ୍ୟୁ । ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଅକାଳରେ ଚାଲିଗଲା ଜୀବନ । ଅଧିକ ପଢନ୍ତୁ

ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦୀ, ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ
ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦୀ, ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ

By

Published : Feb 5, 2022, 3:09 PM IST

Updated : Feb 5, 2022, 4:54 PM IST

ଭବାନୀପାଟଣା/ଫୁଲବାଣୀ: ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକ ମୃତ । ଖବର ସଂଗ୍ରହ କରିବାକୁ ଘଟଣାସ୍ଥଳକୁ ଯାଇଥିବା ସମୟରେ ଜଣେ ସାମ୍ବାଦିକଙ୍କ ପ୍ରାଣହାନୀ ଘଟିଛି । ମୃତ ସାମ୍ବାଦିକ ମୋହନଗିରୀ ଅଞ୍ଚଳର ରୋହିତ ବିଶ୍ବାଳ । କଳାହାଣ୍ଡି ମଦନପୁର ରାମପୁର ଡମ୍ବ କର୍ଲାଖୁଣ୍ଟା ନିକଟରେ ଘଟିଛି ଏହି ଅଘଟଣ ।

ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦୀ, ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ

ଯିଏ ନିଇତି ଖବର ସଂଗ୍ରହ କରୁଥିଲା, ସେ ଆଜି ଖବର ପାଲଟିଗଲା । ମାଓବାଦୀଙ୍କ ବର୍ବରତା ଶେଷରେ ସୀମା ଟପି ଅକାଳରେ ଜଣେ ସାମ୍ବାଦିକଙ୍କ ଜୀବନ ନେଇଗଲା । ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ରାଜ୍ୟର ଏକ ପ୍ରମୁଖ ଦୈନିକ ଖବର କାଗଜ ସାମ୍ବାଦିକଙ୍କ ଅକାଳ ବିୟୋଗ ଘଟିଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାର ମାଓ ଅଧ୍ୟୁଷିତ ମଦନପୁର ରାମପୁର ଅଞ୍ଚଳରେ ।

ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦୀ, ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ, ଚଳିତ ପଞ୍ଚାୟତ ନିର୍ବାଚନ ବର୍ଜନ ସହ ବିଭିନ୍ନ ଦାବି ନେଇ କର୍ଲାଖୁଣ୍ଟା ବ୍ରିଜ୍ ନିକଟରେ ପୋଷ୍ଟର ଲଗାଇଥିଲେ ମାଓବାଦୀ । ଏନେଇ ଖବର ସଂଗ୍ରହ ପାଇଁ ଘଟଣାସ୍ଥଳକୁ ଯାଇଥିଲେ ଦୈନିକ ଖବର କାଗଜର ସ୍ଥାନୀୟ ପ୍ରତିନିଧି ରୋହିତ ବିଶ୍ୱାଳ । ଏହା ସମୟେର ମାଓବାଦୀ ଲଗାଇଥିବା ପୋଷ୍ଟରର ଫଟୋ ଉତ୍ତୋଳନ ସମୟରେ ହଠାତ୍ ଲ୍ୟାଣ୍ଡ ମାଇନି ବିସ୍ଫୋରଣ ଘଟି ଘଟଣାସ୍ଥଳରେ ହିଁ ରୋହିତଙ୍କ ପ୍ରାଣହାନୀ ଘଟିଛି ।

ତେବେ କର୍ଲାଖୁଣ୍ଟା ବ୍ରିଜ୍ ପାଖରେ ଭୋଟ ବର୍ଜନ ସହ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଥିବା ପୋଲିସ ସିଆରପିଏଫ କ୍ୟାମ୍ପକୁ ତୁରନ୍ତ ହଟାଇବା ପାଇଁ ଚିଠିରେ ଉଲ୍ଲେଖ କରିଥିଲେ ମାଓବାଦୀ । ଏହି ପୋଷ୍ଟରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେକେବିଏନ ଡିଭିଜନ ବୋଲି ଉଲ୍ଲେଖ ରହିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ ଓ କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

Last Updated : Feb 5, 2022, 4:54 PM IST

ABOUT THE AUTHOR

...view details