ଓଡିଶା

odisha

ETV Bharat / state

ଯୁବକର ଝୁଲନ୍ତା ମୃତଦେହ ଠାବ, ଆତ୍ମହତ୍ୟା ସନ୍ଦେହ

କଳାହାଣ୍ଡି କୋକସରା ବ୍ଲକ ଆମପାଣି ଥାନା ଡେଙ୍ଗାଗୁଡା ଗାଁରେ ବିଲ ମଝିରେ ଥିବା ଏକ ନିମ୍ବ ଗଛରୁ ଏକ ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।

By

Published : Dec 20, 2019, 4:54 AM IST

dead body
ଯୁବକର ଝୁଲନ୍ତା ମୃତଦେହ ଠାବ, ଆତ୍ମହତ୍ୟା ସନ୍ଦେହ

କଳାହାଣ୍ଡି: ଝୁଲନ୍ତା ମୃତଦେହ ଉଦ୍ଧାର । କଳାହାଣ୍ଡି କୋକସରା ବ୍ଲକ ଆମପାଣି ଥାନା ଡେଙ୍ଗାଗୁଡା ଗାଁରେ ବିଲ ମଝିରେ ଥିବା ଏକ ନିମ୍ବ ଗଛରୁ ଏକ ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।

ଯୁବକର ଝୁଲନ୍ତା ମୃତଦେହ ଠାବ, ଆତ୍ମହତ୍ୟା ସନ୍ଦେହ

ମୃତ ଯୁବକ ଜଣଙ୍କ ଡେଙ୍ଗାଗୁଡା ଗ୍ରାମର ସୁମନ୍ତ ମାଝୀ ଓରଫ ମୁନା ବୋଲି ଜଣାପଡିଛି । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରି ଆତ୍ମହତ୍ୟା ର ରୂପ ଦିଆଯାଇଛି ତାହା ସନ୍ଦେହ ଘେରରେ ରହିଛି । ତେବେ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ମୃତଦେହ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ABOUT THE AUTHOR

...view details