ଓଡିଶା

odisha

ETV Bharat / state

ପ୍ରଧାନଶିକ୍ଷକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ

ଝାଡୁ କରିବାକୁ କହି ଛାତ୍ରୀଙ୍କ ସହ ଅସଦାଚାରଣ । କଳାହାଣ୍ଡି ଜିଲ୍ଲା ସଦର ଥାନାର ପରିୟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ଆସିଛି ଏଭଳି ଅଭିଯୋଗ । ସମ୍ପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯାଇଛି ।

By

Published : Mar 10, 2019, 1:29 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଝାଡୁ କରିବାକୁ କହି ଛାତ୍ରୀଙ୍କ ସହ ଅସଦାଚାରଣ କଲେ ପ୍ରଧାନଶିକ୍ଷକ । କଳାହାଣ୍ଡି ଜିଲ୍ଲା ସଦର ଥାନାର ପରିୟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା । ଏନେଇ ସମ୍ପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସୂଚନା ମୁତାବକ, ସ୍କୁଲ ପ୍ରଧାନଶିକ୍ଷକ ସମନାଥ ମଙ୍ଗରାଜ ଜଣେ ଛାତ୍ରୀଙ୍କୁ ଅଫିସକୁ ଡାକି ଝାଡୁ କରିବାକୁ କହିଥିଲେ । ଝାଡୁ କରୁଥିବା ବେଳେ ଛାତ୍ରୀଙ୍କୁ ସେ ଅପଶବ୍ଦ କହିଥିଲେ । ପରେ ସ୍କୁଲ ପରିସରରେ ଥିବା ଶୌଚାଳୟ ସଫା କରିବାକୁ କହିଥିଲେ । ସେହି ସମୟରେ ପ୍ରଧାନଶିକ୍ଷକ ଜଣକ ଛାତ୍ରୀଙ୍କୁ ସ୍ପର୍ଶ କରିବା ସହ ଅଶ୍ଳୀଳ ଭାଷାର ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି ।

ଏନେଇ ଛାତ୍ରୀ ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

ତେବେ ପୂର୍ବରୁ ମଧ୍ୟ ସମ୍ପୃକ୍ତ ଶିକ୍ଷକ ଛାତ୍ରୀଙ୍କ ସହ ଅସଦାଚରଣ କରିଥିବା ପ୍ରକାଶ କରିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details