ଓଡିଶା

odisha

By

Published : Oct 9, 2022, 7:55 AM IST

ETV Bharat / state

୮ ଫୁଟ ଲମ୍ବର ଅଜଗର ଉଦ୍ଧାର

୮ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର । ଚାଷ ଜମିରୁ ଉଦ୍ଧାର ହେଲା ଅଜଗର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଭଇଁରି ଭିର୍କାପଡା ଗାଁର ଏକ ଚାଷ ଜମିରେ । ଅଧିକ ପଢ଼ନ୍ତୁ

୮ ଫୁଟ ଲମ୍ବର ଅଜଗର ଉଦ୍ଧାର
୮ ଫୁଟ ଲମ୍ବର ଅଜଗର ଉଦ୍ଧାର

ଭବାନୀପାଟଣା: ୮ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର । ଚାଷ ଜମିରୁ ଉଦ୍ଧାର ହେଲା ଅଜଗର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଭଇଁରି ଭିର୍କାପଡା ଗାଁର ଏକ ଚାଷ ଜମିରେ । ସ୍ନେକ ହେଲ୍ପ ଲାଇନର ସଦସ୍ୟଙ୍କ ଦ୍ବାରା ଉଦ୍ଧାର ହୋଇଛି ଏହି ଅଜଗର ।

୮ ଫୁଟ ଲମ୍ବର ଅଜଗର ଉଦ୍ଧାର

ସୂଚନା ଅନୁଯାୟୀ ଭଇଁରି ଭିର୍କାପଡା ଗାଁର ଚାଷୀ ଫକୀର ମୋହନ ମାଝୀ ନିଜ ଚାଷ ଜମିକୁ କାମ କରିବାକୁ ଯାଇଥିଲେ । ସେଠାରେ ଏହି ଅଜଗରକୁ ଦେଖି ଭୟଭୀତ ହୋଇପଡ଼ିଥିଲେ । ପରେ ସେଠାରୁ ଆସି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ଏ ସମ୍ପର୍କରେ ତୁରନ୍ତ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଜଣାଇଥିଲେ ।

ଖବରପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସେଠାରେ ପହଞ୍ଚିଥିଲେ । ପରେ ଚାଷ ଜମିରୁ ଅଜଗରକୁ ଅତି ସତର୍କତା ସହ ଉଦ୍ଧାର କରିଥିଲେ। ଉଦ୍ଧାର ଅଜଗରଟି ୮ଫୁଟ ଲମ୍ବର ଥିଲା । ଏହି ଅଜଗରକୁ ଉଦ୍ଧାର ପରେ ସିଙ୍ଗାରି ସଂରକ୍ଷିତ ଜଙ୍ଗଲରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଛାଡ଼ି ଦେଇଥିଲେ । ସୂଚନା ମୁତାବକ ପୂର୍ବରୁ ମଧ୍ୟ 2ଥର ଏହି ଅଞ୍ଚଳରୁ ଅଜଗର ଉଦ୍ଧାର କରାଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details