ଓଡିଶା

odisha

By

Published : Jul 11, 2021, 9:12 AM IST

ETV Bharat / state

ବାଘ ଛାଲ ତସ୍କରୀ: ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି

କଳାହାଣ୍ଡିରେ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ଚଢ଼ାଉ ଜାରି । ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି । ଅଧିକ ପଢନ୍ତୁ...

ବାଘ ଛାଲ ତସ୍କରୀ
ବାଘ ଛାଲ ତସ୍କରୀ

ଭବାନୀପାଟଣା: କଳାହାଣ୍ଡିରେ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ଚଢ଼ାଉ ଜାରି । ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି । ଓ୍ବାଇଲ୍ଡ ଲାଇଫ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ସ୍କାନରରେ ଏବେ କଳାହାଣ୍ଡି ଜିଲ୍ଲା । ଗୁଇନ୍ଦା ତଥ୍ୟ ଆଧାରରେ ଗତ ଶୁକ୍ରବାର ଠାରୁ ଜିଲ୍ଲାରେ ଚାଲିଛି ତଦନ୍ତ । ସ୍ବତନ୍ତ୍ର ଟିମର ଏହି ୪୮ ଘଣ୍ଟିଆ ତଦନ୍ତରେ ବର୍ତ୍ତମାନ ସୁଦ୍ଧା ୯ଟି ବାଘ ଛାଲ, ନଖ ଓ ଦାନ୍ତ ଜବତ ହୋଇଥିବା ବେଳେ ବଢୁଛି ବାଘଛାଲ ତସ୍କରୀ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ସଂଖ୍ୟା ।

ବାଘ ଛାଲ ତସ୍କରୀ

ଶୁକ୍ରବାର ବିଳମ୍ବିତ ରାତିରେ ଗୁଇନ୍ଦା ତଥ୍ୟକୁ ଆଧାର କରି ପ୍ରଥମେ ଜିଲ୍ଲାର ଜୁନାଗଡ଼ ଓ ନର୍ଲା ରେଞ୍ଜରେ ଜାଲ ବିଛାଇଥିଲା ଏହି ସ୍ବତନ୍ତ୍ର ଟିମ । ଗ୍ରାହକ ସାଜି ବାଘଛାଲ କାରବାର ସମୟରେ ଜବତ ହୋଇଥିଲା ୫ଟି ବାଘଛାଲ ନଖ, ଦାନ୍ତ ଓ ଗିରଫ ହୋଇଥିଲେ ୬ ଅଭିଯୁକ୍ତ । ଗିରଫ ଅଭିଯୁକ୍ତଙ୍କ ତଥ୍ୟ ଆଧାରରେ ପୁଣି ଶନିବାର ଚଢ଼ାଉ ହୋଇଥିଲା ଜିଲ୍ଲାର ନର୍ଲା ରେଞ୍ଜ ଅଞ୍ଚଳରେ । ଆଉ ଜବତ ହୋଇଥିଲା ୪ଟି ବାଘଛାଲ ଆଉ ଗିରଫ ହୋଇଛି ଜଣେ ଅଭିଯୁକ୍ତ ।

ବର୍ତ୍ତମାନ ସୁଦ୍ଧା ତଦନ୍ତ ଜାରି ରହିଥିବା ବେଳେ ଏଯାଏଁ ବାଘଛାଲ ତସ୍କରୀରେ ସମ୍ପୃକ୍ତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ହେଲେ ତସ୍କରୀର ମାଷ୍ଟର ମାଇଣ୍ଡର ସୁରାଗ ପାଇପାରିନି ଓ୍ବାଇଲ୍ଡ ଲାଇଫ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ । ଏହା ସହ ଜବତ ବାଘଛାଲ କେଉଁ ଅଞ୍ଚଳର ଏବଂ କିଏ ଏହି ବାଘ ଶିକାରୀ ସେନେଇ ମଧ୍ୟ କୌଣସି ତଥ୍ୟ ମିଳିପାରି ନଥିବା ସୂଚନା ଦେଇଛନ୍ତି ବନ ଅଧିକାରୀ । ତେବେ ଓ୍ବାଇଲ୍ଡ ଲାଇଫ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଏହି ତସ୍କରୀ ନେଟୱର୍କର ଗୁମର ଖୋଲି ପାରିବ ତ ? ତାକୁ ହିଁ ଅପେକ୍ଷା ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details