ଭବାନୀପାଟଣା: କଳାହାଣ୍ଡିରେ କୋରୋନା କାୟ ବିସ୍ଥାର କରୁଥିବା ବେଳେ ଲକଡାଉନ ସହ ସପ୍ତାହନ୍ତ ସଟଡାଉନ ଜାରି ରହିଥିବା ବେଳେ, ନିୟମକୁ କଡାକଡି କରାଯାଇଛି । ଭବାନୀପାଟଣା ସହରର ୫ଟି ଦୋକାନ ସପ୍ତାହନ୍ତ ସଟଡାଉନ ସମୟରେ ଖୋଲାଥିବା ନେଇ ଅଭିଯୋଗ ହେବାପରେ ଭବାନୀପାଟଣା ଟାଉନ ପୋଲିସ ପକ୍ଷରୁ ସମୃକ୍ତ ଦୋକାନକୁ ସିଲ କରାଯାଇଛି ।
କୋଭିଡ ନିୟମ ଉଲଙ୍ଘନ କରିଥିବା ୫ ଦୋକାନ ସିଲ କଲା ପୋଲିସ - ଦୋକାନ ସିଲ କଲା ପୋଲିସ
ଜିଲ୍ଲାରେ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ଭବାନୀପାଟଣା ସହରରେ ଥିବା ୫ଟି ଦୋକାନ ସିଲ କଲା ପୋଲିସ। ଅଧିକ ପଢନ୍ତୁ...
କୋଭିଡ ନିୟମ ଉଲଙ୍ଘନ କରି ୫ଟି ଦୋକାନ ସିଲ କଲା ପୋଲିସ
କେସିଙ୍ଗା ରୋଡ଼ରେ ଥିବା ଫର୍ଣ୍ଣିଚର ଓ କାର ଡେକୋର ଦୋକାନ, ସଦର ଥାନା ନିକଟରେ ଥିବା ମଦ ଦୋକାନ ସମେତ ଅନ୍ୟ ୨ଟି ସିଲ କରିବା ସହ ମୋଟା ଅଙ୍କର ଫାଇନ ଆଦାୟ କରିଛି ଟାଉନ ଥାନା ପୋଲିସ।ତେବେ ରାଜ୍ୟ ସମେତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟ ବୃଦ୍ଧି ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କ ହୋଇଛନ୍ତି ଏଭଳି କିଛି ବ୍ୟବସାୟୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ
Last Updated : Jun 6, 2021, 7:47 AM IST