ଭବାନୀପାଟଣା: ଦିନକୁ ଦିନ ବ୍ୟାପୁଛି ସଂକ୍ରମଣ । କଳାହାଣ୍ତିରେ ସୋମବାର ୪୭ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଚାରି ହଜାର ପାର କରିଛି । ସେମାନଙ୍କ ମଧ୍ୟରୁ ୩୧୪୬ ଜଣ ସୁସ୍ଥ ହୋଇଥିବା ବେଳ ୧୧୦୯ ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲ ଓ ହୋମ ଆଇସୋଲେସନରେ ଚିକିତ୍ସାଧୀନ ରହିଛନ୍ତି ।
କଳାହାଣ୍ଡିରେ ବେକାବୁ କୋରୋନା ସ୍ଥିତି, ୪୭ ନୂଆ ଆକ୍ରାନ୍ତ ଚିହ୍ନଟ
କଳାହାଣ୍ଡିରେ ଅଣାୟତ କୋରୋନା ସ୍ଥିତି । ଗୋଟିଏ ଦିନରେ ୪୭ ଆକ୍ରାନ୍ତ ଚିହ୍ନଟ । ଭବାନୀପାଟଣାରେ ଗୋଷ୍ଠୀ ସଂକ୍ରମଣ ହୋଇସାରିଥିବା କହିଲେ ବୁଦ୍ଧିଜୀବୀ। ଅଧିକ ପଢନ୍ତୁ...
ବେକାବୁ କୋରୋନା ସ୍ଥିତି, ୪୭ ଜଣ ଆକ୍ରାନ୍ତ ଚିହ୍ନଟ
ସେପଟେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟ କର୍ମୀ ମାନେ ଘରକୁ ଘର ଯାଇ କୋରୋନା ପରୀକ୍ଷା କରୁଛନ୍ତି । ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ଭବାନୀପାଟଣାରେ ଗୋଷ୍ଠୀ ସଂକ୍ରମଣ ହୋଇସାରିଥିବା ବୁଦ୍ଧିଜୀବୀମାନେ କହିଛନ୍ତି ।
କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ