ଓଡିଶା

odisha

ETV Bharat / state

କର୍ଲାପାଟ ଅଭୟାରଣ୍ୟରେ ୬ ହାତୀ ମୃତ୍ୟ ଘଟଣା, ପହଞ୍ଚିଲା ୩ ଜଣିଆ କେନ୍ଦ୍ରୀୟ ଟିମ

କର୍ଲାପାଟ ଅଭୟାରଣ୍ୟରେ ୬ ହାତୀ ମୃତ୍ୟ ଘଟଣାର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ୩ ଜଣିଆ ଟିମ ଭବାନୀପାଟଣାରେ ପହଞ୍ଚିଲେ। ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ସ୍ବତନ୍ତ୍ର ଟିମ ଆସିଛନ୍ତି । ଏହି ଟିମ ଆସନ୍ତାକାଲି ଗସ୍ତ କରିବ ଅଭୟାରଣ୍ୟରେ ବିଭିନ୍ନ ଅଞ୍ଚଳକୁ । ଅଧିକ ପଢନ୍ତୁ...

kalahandi elephant death
କାର୍ଲାପାଟ ଅଭୟାରଣ୍ୟରେ ୬ ହାତୀ ମୃତ୍ୟ ଘଟଣା, ପହଞ୍ଚିଲା ୩ ଜଣିଆ କେନ୍ଦ୍ରିଅ ଟିମ

By

Published : Feb 19, 2021, 10:44 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ୬ ହାତୀ ମୃତ୍ୟ ଘଟଣାର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ୩ ଜଣିଆ ଟିମ ଭବାନୀପାଟଣାରେ ପହଞ୍ଚିଲେ। ୪ ଜଣିଆ ଟିମରୁ ପଦ୍ମଶ୍ରୀ ଡ଼ କେକେ ଶର୍ମା ଭେଟିନାରୀ କଲେଜ ଆସାମ ଅନୁପସ୍ଥିତ ରହିଛନ୍ତି। ଟିମରେ ଡ଼ କରିକାଲନ ମାଥେସ ବୈଜ୍ଞାନିକ ସେଣ୍ଟର ଅଫ ୱାର୍ଲଡ଼ ଲାଇଫ, ଡ଼ ପିପି ପଣ୍ଡା କୋଡ଼ିନେଟର ଜାତୀୟ ହାତୀ କେନ୍ଦ୍ର ,ପ୍ରଫେସର ଡ ନିରଞ୍ଜନ ସାହୁ ରହିଛନ୍ତି ।

କାର୍ଲାପାଟ ଅଭୟାରଣ୍ୟରେ ୬ ହାତୀ ମୃତ୍ୟ ଘଟଣା, ପହଞ୍ଚିଲା ୩ ଜଣିଆ କେନ୍ଦ୍ରିଅ ଟିମ

ଟିମ ଭବାନୀପାଟଣା ଠାରେ ପହଞ୍ଚିବା ପରେ ଆରସିସିଏଫ ସୁଦୀପ୍ତ ଦାସ,ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି ଅଶୋକ କୁମାର,ଅତିରିକ୍ତ ନିର୍ଦ୍ଦେଶକ ପଶୁ ସମ୍ପଦ ଓ ପ୍ରାଣୀ ଚିକିତ୍ସା ବିଭାଗ ପ୍ରତାପ କିଶୋର ଖମାରୀ ସହ ବୈଠକ କରିଛନ୍ତି। ଆସନ୍ତାକାଲି ଏହି ଟିମ କର୍ଲାପାଟ ଅଭୟାରଣ୍ୟ ଗସ୍ତ କରିବେ। ହାତୀ ମୃତ୍ୟର କାରଣ ହେମରେଜ ସେପ୍ଟିସେମିଆଁ ବା ସାହାଣ ରୋଗ ବୋଲି ସ୍ପଷ୍ଟ ହେଲା ପରେ ଏହା କିପରି ଅଭୟାରଣ୍ୟର ହାତୀ ସଂକ୍ରମିତ ହେଲେ ତାକୁ ନେଇ ଅଧିକ ଅନୁଧ୍ୟାନ କରିବେ।

ଅଭୟାରଣ୍ୟରେ ହାତୀ ସୁରକ୍ଷା ପାଇଁ କଣ କଣ ପଦକ୍ଷେପର ଆବଶ୍ୟକତା ରହିଛି ତାକୁ ନେଇ ଉଚ୍ଚସ୍ତରୀୟ କମିଟି କେନ୍ଦ୍ର ,ୱାର୍ଲଡ଼ ଲାଇଡ଼ ଇନଷ୍ଟିଚ୍ୟୁଟ ଓ କେନ୍ଦ୍ର ପ୍ରୋଜେକ୍ଟ ଏଲିଫେଣ୍ଡକୁ ପ୍ରଦାନ କରିବେ। କର୍ଲାପାଟ ଅଭୟାରଣ୍ୟରେ ୧୪ ଦିନ ମଧ୍ୟରେ ୬ ହାତୀର ମୃତ୍ୟ ଗଜରାଜ ସଙ୍କଟକୁ ନେଇ ଚିନ୍ତା ବଢ଼ାଇ ଦେଇଥିବା କେନ୍ଦ୍ରିକ ଟିମଙ୍କ ପରାମର୍ଶ ଅନୁଯାୟୀ ସରକାର ପଦକ୍ଷେପ ଗ୍ରହଣ କରିବେ। ଏଣୁ କେନ୍ଦ୍ରୀୟ ଟିମର ରିପୋର୍ଟ ଗୁରୁତ୍ବପୂର୍ଣ୍ଣ ରହିଛି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details