ଭବାନୀପାଟଣା: ଝୁଲୁଛି ମା’ର ମୃତଦହ । ମା’ର ହାତକୁ ଧରି ଚାହିଁ ରହିଛି ୨ବର୍ଷର ଶିଶୁ ପୁଅ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ । ତେବେ ମହିଳାଜଣଙ୍କର କିପରି ମୃତ୍ୟୁ ହେଲା, ତାହା ସ୍ପଷ୍ଟ ହୋଇ ନଥିବାବେଳେ ପ୍ରାଥମିକ ଭାବେ ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ଖବର ପାଇ ମୃତଦେହ ଉଦ୍ଧାର କରିଛି ଟାଉନ ଥାନା ପୋଲିସ ।
ଝୁଲୁଛି ମା’ର ମୃତଦେହ, ହାତଧରି ଚାହିଁଛି ଶିଶୁପୁତ୍ର - kalahandi news update
ଭବାନୀପାଟଣା ସହରରେ ହୃଦୟ ବିଦାରକ ଦୃଶ୍ୟ । ମା’ର ମୃତଦେହ ଝୁଲୁଥିବା ବେଳେ ୨ ବର୍ଷର ଶିଶୁପୁତ୍ର ହାତ ଧରି ଚାହିଁ ରହିଛି । ମହିଳାଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ । ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ...
ଝୁଲୁଛି ମା’ର ମୃତଦେହ, ହାତଧରି ଚାହିଁଛି ୨ ବର୍ଷର ଶିଶୁପୁତ୍ର
ସୂଚନା ଅନୁଯାୟୀ ମୃତ ମହିଳାଜଣଙ୍କ ରମ୍ଭା ରାଉତ । ରମ୍ଭା ଗତ କିଛି ମାସ ହେବ ଭଡା ଘରେ ନିଜ ଶିଶୁପୁତ୍ର ସହ ରହି ଆସୁଥିଲେ । ତେବେ ଆଜି ତାଙ୍କର ମୃତଦେହ ସ୍ଥାନୀୟ ଲୋକ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ନିଷ୍ପାପ ଶିଶୁଟିର ଏପରି କାର୍ଯ୍ୟକୁ ଦେଖି ଯେ କେହି ବି ଭାବପ୍ରବଣ ହୋଇଥିଲେ । ତେବେ ମହିଳଜଣଙ୍କ ସ୍ବାମୀଙ୍କ ସମ୍ପର୍କରେ କିଛି ସୂଚନା ମିଳିପାରିନାହିଁ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ