ଓଡିଶା

odisha

ETV Bharat / state

ରାମ ମନ୍ଦିର ନିର୍ମାଣରେ ହାତ ବଢାଇଲେ ଦୁଇ କୁନି ଭଉଣୀ - ମନ୍ଦିର ନିର୍ମାଣରେ ହାତ ବଢାଇଲେ ଦୁଇ କୁନି କୁନି ହାତ

କୁନି ହାତରେ ମହାନ ଦାନଧର୍ମ। ଅଯୋଧ୍ୟାରେ ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଦାନ କଲେ ନିଜର ସଞ୍ଚିତ ଧନ । ଅଧିକ ପଢନ୍ତୁ...

ରାମ ମନ୍ଦିର ନିର୍ମାଣରେ ହାତ ବଢାଇଲେ ଦୁଇ କୁନି କୁନି ହାତ
ରାମ ମନ୍ଦିର ନିର୍ମାଣରେ ହାତ ବଢାଇଲେ ଦୁଇ କୁନି କୁନି ହାତ

By

Published : Feb 19, 2021, 9:52 AM IST

Updated : Feb 19, 2021, 10:01 AM IST

ଭବାନୀପାଟଣା: କୁନି ହାତରେ ମହାନ ଦାନଧର୍ମ। ଅଯୋଧ୍ୟାରେ ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଦାନ କଲେ ଟଙ୍କା। ମନ୍ଦିର ନିର୍ମାଣରେ ଗୁଣ୍ଡୁଚି ମୂଷା ଭଳି ନିଜର ସଞ୍ଚିତ ଟଙ୍କାକୁ ଦାନ କରିଛନ୍ତି କଳାହାଣ୍ଡି ଜିଲ୍ଲାର ଦୁଇ ଭଉଣୀ । ଏହା ସହ ଏକ ଭିଡିଓ ବାର୍ତ୍ତା ଜରିଆରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।

ରାମ ମନ୍ଦିର ନିର୍ମାଣରେ ହାତ ବଢାଇଲେ ଦୁଇ କୁନି

କୋକସରା ବ୍ଲକ କାଉଡୋଲା ପଞ୍ଚାୟତ ବଡ କେନ୍ଦୁଗୁଡା ଗାଁର ଆଦିତ୍ୟ ପଣ୍ଡାଙ୍କ ଦୁଇ ଝିଅ ଅନ୍ବେଷାଶ୍ରୀଷ୍ଟି ଓ ଐଶାନୀଶ୍ରୀକ୍ତି ବର୍ଷେ ଧରି ସଞ୍ଚୟ କରିଥିବା 5 ହଜାର 6 ଶହ 41 ଟଙ୍କା ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରାମକୁ ଦେଇଛନ୍ତି । ଏକ ଆଧ୍ୟାତ୍ମିକ ପରିବେଶରେ ବଢିଥିବା ଏହି କୁନି କୁନି ଉଭଣୀଙ୍କ ଏଭଳି ବଦାନ୍ୟତା ସମସ୍ତଙ୍କ ପାଇଁ ଉଦହାରଣ ସୃଷ୍ଟି କରିଛି ।

ମନ୍ଦିର ନିର୍ମାଣ ନିଧି ସଂଗ୍ରହ ପାଇଁ ଜୟପୁରରୁ ଆସିଥିବା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କର୍ମକର୍ତ୍ତା ତଥା ସରସ୍ବତୀ ଶିଶୁ ମନ୍ଦିରର କଳାହାଣ୍ଡି ବିଭାଗ ନିରୀକ୍ଷକ ଜିତେନ୍ଦ୍ର କୁମାର ପଣ୍ଡା, ଆମପାଣି ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ କେଦାର ନାଏକ, ଆଚାର୍ଯ୍ୟ ଗିରିଧାରୀ ବେମାଲ, ଶିଶୁ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଜିତେନ୍ଦ୍ର ପଣ୍ଡାଙ୍କୁ ସହଯୋଗ ରାଶି ପ୍ରଦାନ କରିଥିଲେ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Feb 19, 2021, 10:01 AM IST

ABOUT THE AUTHOR

...view details