ଓଡିଶା

odisha

By

Published : Mar 16, 2020, 10:21 PM IST

ETV Bharat / state

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଶ୍ରମ ବିଭାଗର 2 ଲାଞ୍ଚୁଆ ଅଧିକାରୀ

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଶ୍ରମ ବିଭାଗର 2 ଅଧିକାରୀ। ଅଧିକ ପଢନ୍ତୁ...

kalahandi latest news, kalahandi labour dept officers, vigillance raid in kalahandi, କଳାହାଣ୍ଡିରେ ଭିଡିଲାନ୍ସ ରେଡ, କଳାହାଣ୍ଡି ଲାଟେଷ୍ଟ ନ୍ୟୁଜ୍‌, କଳାହାଣ୍ଡି ଶ୍ରମ ବିଭାଗ
ଭିଜିଲାନ୍ସ ଜାଲରେ କଳାହାଣ୍ଡି ଶ୍ରମ ବିଭାଗର 2 ଲାଞ୍ଚୁଆ ଅଧିକାରୀ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଶ୍ରମ ବିଭାଗର 2 ଅଧିକାରୀ। ରୁରାଲ ଲେବର ଇନ୍ସପେକ୍ଟର ଜୟନ୍ତ ପଣ୍ଡା ଓ ଡିଭିଜନାଲ ଲେବର କମିଶନର ପ୍ରଦୀପ ମହାନ୍ତି 30 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଶ୍ରମ ବିଭାଗର 2 ଲାଞ୍ଚୁଆ ଅଧିକାରୀ

ସୂଚନା ଅନୁଯାୟୀ ବେଦାନ୍ତ ଆଲୁମିନା କମ୍ପାନୀର ଲେବର ଲାଇସେନ୍ସ ନବୀକରଣ ପାଇଁ ଡାକ୍ତର ତରାଇ ନାମକ ଠିକାଦାରଙ୍କଠାରୁ 30 ହଜାର ଟଙ୍କା ଲାଞ୍ଚ ନେଉଥିଲେ ପ୍ରଦୀପ ଓ ଜୟନ୍ତ । ଏହି ସମୟରେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତେବେ ରୁରାଲ ଲେବର ଇନ୍ସପେକ୍ଟର ଜୟନ୍ତ ପଣ୍ଡାଙ୍କଠାରୁ କେମିକାଲ ବୋଳା ଟଙ୍କା ଜବତ ହୋଇଥିବା ବେଳେ ତାଙ୍କୁ ଗିରଫ କରାଯାଇଛି ।

ଏଥିସହ ଏହି ମାମଲାରେ ଡିଭିଜନାଲ ଲେବର କମିଶନର ପ୍ରଦୀପ ମହାନ୍ତିଙ୍କ କେତେ ଦୂର ସମ୍ପୃକ୍ତି ରହିଛି ସେନେଇ ତାଙ୍କୁ ଭିଜିଲାନ୍ସ ଅଟକ ରଖି ଜେରା କରୁଛି।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

ABOUT THE AUTHOR

...view details