ଓଡିଶା

odisha

ETV Bharat / state

କଳାହାଣ୍ଡିରେ 2 ନୂଆ ମାମଲା ଚିହ୍ନଟ, ମୋଟ ସଂଖ୍ୟା 78କୁ ବୃଦ୍ଧି - କଳାହାଣ୍ଡି ଲାଟେଷ୍ଟ ନ୍ୟୁଜ୍‌

କଳାହାଣ୍ଡି ଜିଲ୍ଲାରେ ପୁଣି ଚିହ୍ନଟ ହୋଇଛନ୍ତି 2 ନୂଆ ଆକ୍ରାନ୍ତ । ଉଭୟ ତାମିଲନାଡୁରୁ ଫେରିଥିବା ବେଳେ 14 ଦିନିଆ କ୍ବାରେଣ୍ଟାଇନ ସାରି ଘରକୁ ଫେରିଥିଲେ । ଅଧିକ ପଢନ୍ତୁ...

corona situation in kalahandi, corona update in kalahandi, kalahandi latest news, recovery rate in kalahandi, କଳାହାଣ୍ଡିରେ କୋରୋନା ସ୍ଥିତି, କଳାହାଣ୍ଡିରେ କୋରୋନା ଅପଡେଟ, କଳାହାଣ୍ଡି ଲାଟେଷ୍ଟ ନ୍ୟୁଜ୍‌, କଳାହାଣ୍ଡିରେ କୋରୋନା ସୁସ୍ଥତା ହାର
କଳାହାଣ୍ଡିରେ 2 ନୂଆ ମାମଲା ଚିହ୍ନଟ, ମୋଟ ସଂଖ୍ୟା 78କୁ ବୃଦ୍ଧି

By

Published : Jul 5, 2020, 10:10 PM IST

ଭବାନୀପାଟଣା: ଜିଲ୍ଲାରେ କୋରୋନା କବଳରେ ଆଉ ଦୁଇଟି ଜୀବନ । ଉଭୟ ତାମିଲନାଡୁରୁ ଫେରିଥିବା ବେଳେ ସେମାନଙ୍କ ଘର ଜୁନାଗଡ ବ୍ଲକ ବୁଢୀପଦର ଟିଏମସିରେ ଥିବା ଜଣା ପଡିଛି । ସଦ୍ୟ ଚିହ୍ନଟ ଉଭୟ ଆକ୍ରାନ୍ତ ଟିଏମସିରେ 14 ଦିନିଆ କ୍ବାରେଣ୍ଟାଇନ ସାରି ଘରକୁ ଫେରିଥିଲେ । ସେଠାରେ ସେମାନଙ୍କୁ 7 ଦିନିଆ ହୋମ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ରହିଥିବା ବେଳେ ସେମାନେ ଏହା ପାଳନ କରିନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

କଳାହାଣ୍ଡିରେ 2 ନୂଆ ମାମଲା ଚିହ୍ନଟ, ମୋଟ ସଂଖ୍ୟା 78କୁ ବୃଦ୍ଧି

ଉଭୟଙ୍କ ଏପରି ନିୟମ ଅବମାନନା ଆଗକୁ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂରେ ଅସୁବିଧା ସୃଷ୍ଟି କରିବା ନେଇ ପ୍ରଶାସନ ଚିନ୍ତା ପ୍ରକାଶ କରିଛି । ତେବେ ଉଭୟ ଆକ୍ରାନ୍ତଙ୍କ ବର୍ତ୍ତମାନ ଜିଲ୍ଲାର କୋଭିଡ-19 ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଜିଲ୍ଲାରେ ବର୍ତ୍ତମାନ ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା 78ରେ ପହଞ୍ଚିଛି । ଯେଉଁମାନଙ୍କ ମଧ୍ୟରୁ 71ଜଣ ସୁସ୍ଥ ହୋଇସାରିଥିବା ବେଳେ ବଳକା 7 ଜଣଙ୍କର ଚିକିତ୍ସା ଜାରି ରହିଛି ।

କଳାହାଣ୍ଡି ଜିଲ୍ଲାରେ ସୁସ୍ଥତା ହାର 93 ପ୍ରତିଶତ ଥିବା ନେଇ ପ୍ରଶାସନ ସୂଚନା ଦେଇଥିବା ବେଳେ ଜିଲ୍ଲାବାସୀ ଏବେ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

ABOUT THE AUTHOR

...view details