ଓଡିଶା

odisha

ETV Bharat / state

‘ପ୍ରଥମେ ମେଡିକାଲ କଲେଜ ସହ ଶିକ୍ଷକ ପଦବୀ ପୂରଣ କରିବି’ - ମେଡିକାଲ କଲେଜ

ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଜୁନାଗଡ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ପାଇଁ ବିଜେପିରୁ ଟିକେଟ ପାଇଛନ୍ତି ମନୋଜ ମେହେର । ଏନେଇ ସେ ଦଳକୁ ଧନ୍ୟବାଦ ଜଣାଇବା ସହ ନିର୍ବାଚନରେ ନିଶ୍ଚିତ ଜୟଯୁକ୍ତ ହେବେ ବୋଲି ଆଶ୍ବାସନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : Apr 8, 2019, 11:33 PM IST

କଳାହାଣ୍ଡି: ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଜୁନାଗଡ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ପାଇଁ ବିଜେପିରୁ ଟିକେଟ ପାଇଛନ୍ତି ମନୋଜ ମେହେର । ଏନେଇ ସେ ଦଳକୁ ଧନ୍ୟବାଦ ଜଣାଇବା ସହ ନିର୍ବାଚନରେ ନିଶ୍ଚିତ ଜୟଯୁକ୍ତ ହେବେ ବୋଲି ଆଶ୍ବାସନା ଦେଇଛନ୍ତି । ତେବେ ନେତାଙ୍କୁ ପାଞ୍ଚଟି ପ୍ରଶ୍ନ କାର୍ଯ୍ୟକ୍ରମରେ ଆମେ ତାଙ୍କୁ ସ୍ବାଗତ କରିଥଲୁ ଏବଂ ପଚାରି ବୁଝିଥିଲୁ କିପରି ରହିଛି ନିର୍ବାଚନୀ ପ୍ରସ୍ତୁତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ମନୋଜଙ୍କ କହିବା ଅନୁଯାୟୀ 19ବର୍ଷର ବିଜେଡି ଶାସନ କାଳରେ ଚାଷୀ ଭାଇମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଜଳସେଚନର ସୁବିଧା ନପାଇ ଶସ୍ୟ ଅମଳରେ ଅସୁବିଧା ଭୋଗିଛନ୍ତି । ତେଣୁ କ୍ଷମତାକୁ ଆସିଲେ ପ୍ରଥମେ ଚାଷୀମାନଙ୍କୁ ନ୍ୟାୟ ଦେବାର ପ୍ରତିଶୃତି ଦେଇଛନ୍ତି ମନୋଜ ।

ତେବେ ଜିଲ୍ଲାରେ ସ୍ବାସ୍ଥ୍ୟସେବା ଅତି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ତେଣୁ ମେଡିକାଲ କଲେଜ ଖୋଲିବା ସହ ବିଦ୍ୟାଳୟମାନଙ୍କରେ ଶିକ୍ଷକଙ୍କୁ ନିଯୁକ୍ତି ଦେବା କଥା କହିଛନ୍ତି ସେ । ଏଥିସହ ଜିଲ୍ଲାର ମୁଖ୍ୟ ସମସ୍ୟା ରହିଛି ଇନ୍ଦ୍ରାବତୀ ପ୍ରକଳ୍ପ । ଏହି କଷ୍ଟ ଦୂର କରିବା ସହ ଜିଲ୍ଲାବାସୀଙ୍କୁ ଜଳକଷ୍ଟରୁ ଦୂର କରିବା ପାଇଁ ପ୍ରକାଶ କରିଛନ୍ତି ମନୋଜ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details