ଓଡିଶା

odisha

ETV Bharat / state

କାଲି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦେଲା ପଛୁଆ ବର୍ଗ ଜାତି ସମୂହ - OBC

ପଛୁଆ ବର୍ଗକୁ ଅବହେଳା ନେଇ ସୋମବାର କଳାହାଣ୍ଡି ବନ୍ଦ ଡାକରା ଦେଇଛନ୍ତି କଳାହାଣ୍ଡି ଜିଲ୍ଲା ପଛୁଆ ବର୍ଗ ଜାତି ସମୂହ । ଅଧିକ ପଢନ୍ତୁ...

12 hours block called by kalahandi district other backward classes
କାଲି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦେଲା ପଛୁଆ ବର୍ଗ ଜାତି ସମୂହ

By

Published : Oct 24, 2021, 10:42 PM IST

ଭବାନୀପାଟଣା: ଆସନ୍ତାକାଲି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦେଲା ପଛୁଆ ବର୍ଗ ଜାତି ସମୂହ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମାତ୍ର ଆଉ କିଛି ମାସ ବାକିଥିବା ବେଳେ ଗତ ଅକ୍ଟୋବର ୮ ତାରିଖରେ ପ୍ରକାଶ ପାଇଛି ପଦବୀ ସଂରକ୍ଷଣ ଚିଠା ତାଲିକା । ଏହି ତାଲିକାରେ ପଛୁଆ ବର୍ଗଙ୍କୁ ବାଦ ଦିଆଯାଇଛି । ଏହାକୁ ନେଇ ଆଜି କଳାହାଣ୍ଡି ଜିଲ୍ଲା ପଛୁଆ ବର୍ଗ ଜାତି ସମୂହ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

କାଲି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦେଲା ପଛୁଆ ବର୍ଗ ଜାତି ସମୂହ

କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକାରେ ପଛୁଆ ବର୍ଗଙ୍କୁ ବାଦ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ସଂରକ୍ଷଣ ତାଲିକାରେ ଜିଲ୍ଲାର ୩୬ ଗୋଟି ଜିଲ୍ଲା ପରିଷଦ ସଦସ୍ୟ ଆସନ ଓ ୧୩ ଗୋଟି ବ୍ଲକ ଅଧ୍ୟକ୍ଷ ପଦବୀରେ ଜଣେ ମଧ୍ୟ OBC ବର୍ଗଙ୍କୁ ସ୍ଥାନ ଦିଆଯାଇନଥିବା ବେଳେ ପଞ୍ଚାୟତ ଗୁଡିକରେ ସରପଞ୍ଚ ଏବଂ ସମିତି ସଭ୍ୟ ପଦବୀରେ ମଧ୍ୟ OBC ବର୍ଗଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି ।

ଏହାକୁ ବିରୋଧ କରି ସୋମବାର କଳାହାଣ୍ଡି ଜିଲ୍ଲାକୁ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦେଇଛି କଳାହାଣ୍ଡି ଜିଲ୍ଲା ପଛୁଆ ବର୍ଗ ଜାତି ସମୂହ। ବନ୍ଦ ସମୟରେ ସମସ୍ତ ଜରୁରୀକାଳୀନ ଦୋକାନ ଓ ଯାନବାହନକୁ ବାଦ ଦିଆଯିବା ନେଇ ପଛୁଆ ବର୍ଗ ଜାତି ସମୂହ ପକ୍ଷରୁ ସୂଚନା ଦିଆଯାଇଛି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details