ଓଡିଶା

odisha

ETV Bharat / state

ଝାରସୁଗୁଡାରେ ମହିଳାଙ୍କ ଭୋଟକୁ ବେଶୀ ଗୁରୁତ୍ବ

ଆସନ୍ତାକାଲି ବରଗଡ ଲୋକସଭା ସଂଲଗ୍ନ ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ । ନିର୍ବାଚନ ମଣ୍ଡଳୀରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

By

Published : Apr 17, 2019, 11:31 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଝାରସୁଗୁ଼ଡା

ଝାରସୁଗୁଡା: ଖରା ତାତିଠାରୁ ବଢିଲାଣି ରାଜନୀତି ତାତି। ଡୋର ଟୁ ଡୋର କ୍ୟାମ୍ପେନିଂ ସହ ବିଭିନ୍ନ ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି ପ୍ରାର୍ଥୀ। ତେବେ ଆଉ କିଛି ଘଣ୍ଟାର ଅପେକ୍ଷା ପରେ ଆରମ୍ଭ ହେବ ନିର୍ବାଚନ ମହାପର୍ବର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ନିଜ ନିଜ ପ୍ରାର୍ଥୀଙ୍କୁ ବାଛିବାକୁ ମତଦାନ କରିବେ ମତଦାତା। ଏଥିପାଇଁ ପୋଲିଂ ଅଧିକାରୀ ଓ ପୋଲିଂ ବୁଥ ବି ପ୍ରସ୍ତୁତ। ତେବେ ଆସନ୍ତାକାଲି ବରଗଡ ଲୋକସଭା ସଂଲଗ୍ନ ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ । କେମିତି ରହିଛି ନିର୍ବାଚନ ମଣ୍ଡଳୀରେ ପ୍ରସ୍ତୁତି, ସେ ନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ରବି ନାରାୟଣ ସାହୁ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଝାରସୁଗୁଡା


ତେବେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଭାବେ ପିଙ୍କ ବୁଥ କରାଯାଇଥିବାବେଳେ ଏଠାରେ ସମସ୍ତ ଅଧିକାରୀ ମଧ୍ୟ ମହିଳା ଅଟନ୍ତି। ଆସନ୍ତାକାଲି ମତଦାନ ଯେଭଳି ସୁରୁଖୁରୁରେ ସମାପନ ହେବ, ସେ ନେଇ ସମସ୍ତେ ଆଶାବାଦୀ ଅଛନ୍ତି।


ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details