ଓଡିଶା

odisha

ETV Bharat / state

ସୁଧୁରୁଛି ଝାରସୁଗୁଡା ବିମାନ ବନ୍ଦର ସ୍ଥିତି; 4 ମାସରେ ଯାତ୍ରା କରିଛନ୍ତି 60 ହଜାର - ଝାରସୁଗୁଡା ବିମାନ ବନ୍ଦର

ପ୍ରଥମରୁ ଆଶା ଆଶଙ୍କାରେ ଥିବା ଝାରସୁଗୁଡା ଭିଏସଏସ ବିମାନ ବନ୍ଦର ଧୀରେ ଧୀରେ ଯାତ୍ରୀଙ୍କୁ ସମସ୍ତ ସୁବିଧା ଯୋଗାଉଛି । ଯାତ୍ରୀ କମିଥିଲେ ମଧ୍ୟ ଆଉ ବିମାନ ବାତିଲ ହେଉନାହିଁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

By

Published : Aug 26, 2019, 11:44 PM IST

ଝାରସୁଗୁଡା: ବହୁ ଆଶା ନିରାଶା ଭିତରେ ଉଦଘାଟନ ହେଲା ଝାରସୁଗୁଡା ବିମାନ ବନ୍ଦର । ରାଜ୍ୟର ଏହି ଦ୍ବିତୀୟ ବିମାନ ବନ୍ଦରକୁ ନେଇ ରାଜ୍ୟବାସୀ ଅନେକ ଆଶା ରଖିଛନ୍ତି । ବିମାନସେବା ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଝାରସୁଗୁଡା ବିମାନ ବନ୍ଦର ଦେଇ 60 ହଜାର ଯାତ୍ରୀ ଯିବା ଆସିବା କଲେଣି । ଗତ ମାର୍ଚ୍ଚ ମାସରୁ ଦୈନିକ ବିମାନସେବା ଆରମ୍ଭ ହୋଇଥିଲା । ପ୍ରଥମେ ଉଡାଣ ୩.୦ ଯୋଜନା ଅନ୍ତର୍ଗତ ଝାରସୁଗୁଡା ବିମାନ ବନ୍ଦରରୁ ସ୍ପାଇସ ଜେଟ ଦିଲ୍ଲୀ, କଲିକତା ଓ ହାଇଦ୍ରାବାଦକୁ ବିମାନସେବା ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା


ସେହିପରି ଗତ ଜୁନ ମାସରୁ ଆଲିଏନ୍ସ ଏଆର ମଧ୍ୟ ଆରମ୍ଭ କରିଛି ଭୁବନେଶ୍ବର, ରାଞ୍ଚି ଓ ରାୟପୁରକୁ ବିମାନ ସେବା । ଏହି ବିମାନ ବନ୍ଦର ଦ୍ବାରା ସମଗ୍ର ପଶ୍ଚିମ ଓଡିଶା ସହ ଛତିଶଗଡ, ଝାଡଖଣ୍ଡ ପାଇଁ ମଧ୍ୟ ସିଧାସଳଖ ବିମାନ ସେବା ମିଳିପାରୁଛି । ହେଲେ ଗତ ଜୁନ ମାସ ଅପେକ୍ଷା ଜୁଲାଇ ମାସରେ 18 ପ୍ରତିଶତ କମ ଯାତ୍ରୀ ଯାତାୟାତ କରିଛନ୍ତି ।


ଏହାର କାରଣ ଦର୍ଶାଇବାକୁ ଯାଇ ବିମାନ ବନ୍ଦର ନିର୍ଦେଶକ କହିଛନ୍ତି ଖରାପ ପାଣିପାଗ ଯୋଗୁଁ ବିମାନ ବାତିଲ ହେବା ସହିତ ସ୍ପାଇସ ଜେଟ ତାର ଦୁଇ ମାସ ପାଇଁ ପ୍ରତ୍ୟେକ ସୋମବାର ବିମାନ ବାତିଲ କରିବା ଏବଂ ପୂର୍ବରୁ 189 ସିଟ ବିଶିଷ୍ଟ ବଦଳରେ 168 ବିମାନ ଚଳାଚଳ କରିବା ଏକ କାରଣ ବୋଲି ଦର୍ଶାଇଛନ୍ତି । ଏହାସହ ଏବେ ଡିଭିଓଆର ମେସିନ ଲଗାଯାଇଛି ଓ କାର୍ଯ୍ୟକ୍ଷମ ମଧ୍ୟ ହେଉଛି । ଏହି ମେସିନ ଯୋଗୁ ପାଞ୍ଚ ହଜାର ମିଟରରୁ କମି ପାଖାପଖି ପନ୍ଦରଶହ ମିଟର ଭିଜିବିଲିଟି ରହିଛି ବୋଲି କହିବା ସହ ଆଉ ବିମାନ ବାତିଲ ହେଉନାହିଁ ବୋଲି କହିଛନ୍ତି ନିର୍ଦେଶକ । ତେବେ ଯାତ୍ରୀ କମିଥିଲେ ମଧ୍ୟ ଆଗାମୀ ଦିନରେ ସବୁଠିକ ହୋଇଯିବ ବୋଲି ଆଶା ରଖିଛନ୍ତି ନିର୍ଦେଶକ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details