ଓଡିଶା

odisha

ETV Bharat / state

Jharsuguda Bypoll: ଭୋଟ ଦେଉଛି ଝାରସୁଗୁଡା, ନେତା ବାଛୁଛନ୍ତି ଜନତା - ଝାରସୁଗୁଡା ଉପନିର୍ବାଚନ

ଝାରସୁଗୁଡା ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ସକାଳ 7ଟାରୁ ଭୋଟ ଗ୍ରହଣ ହୋଇଛି । ନେତା ବାଛୁଛନ୍ତି ଜନତା । ଅଧିକ ପଢନ୍ତୁ

Jharsuguda Bypoll
ଭୋଟ ଦେଉଛି ଝାରସୁଗୁଡା

By

Published : May 10, 2023, 7:31 AM IST

Updated : May 10, 2023, 8:47 AM IST

Jharsuguda Bypoll

ଝାରସୁଗୁଡା:କାହାର ହେବ ଝାରସୁଗୁଡା । କିଏ ହାତେଇବ ଗଡ । କିଏ ମାରିବ ବାଜି କାହାର ହେବ ହାର । ଝାରସୁଗୁଡା ଗଡ ଜିତିବାକୁ ଆରମ୍ଭ ହୋଇଛି ଯୁଦ୍ଧ । ପରୀକ୍ଷା ଦେଉଛନ୍ତି ପ୍ରାର୍ଥୀ । ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ସକାଳ 7ଟାରୁ ଭୋଟ ଗ୍ରହଣ ହୋଇଛି । ସଂନ୍ଧ୍ୟା 6ଟା ଯାଏ ମତଦାନ ପ୍ରକ୍ରିୟା ଚାଲିବ । ବିଜେଡି, ବିଜେପି ଓ କଂଗ୍ରେସ ସମେତ ମୈଦାନରେ ମୋଟ 9 ଜଣ ପ୍ରାର୍ଥୀ ରହିଛନ୍ତି । ବିଶେଷ କରି ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଏକ ତ୍ରିକୋଣୀୟ ଲଢେଇ ହେବ । ମୋଟ 2 ଲକ୍ଷ 21 ହଜାର 719 ଜଣ ଭୋଟର 9 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ।

ପ୍ରଥମ ଥର ସମସ୍ତ ବୁଥରୁ ୱେବକାଷ୍ଟିଂ: ଝାରସୁଗୁଡା ଉପନିର୍ବାଚନ ପାଇଁ 253ଟି ବୁଥ ହୋଇଛି । 253ଟି ବୁଥ ମଧ୍ୟରୁ 106ଟି ସମ୍ବେଦନଶୀଳ ବୁଥ ରହିଛି । ୪୦ଟି ମୋଡେଲ ବୁଥ ସହ 26ଟି ପିଙ୍କ ବୁଥ ରହିଛି । ପ୍ରଥମ ଥର ପାଇଁ ସମସ୍ତ ବୁଥରୁ ୱେବକାଷ୍ଟିଂ ହୋଇଛି । ବୁଥରେ କିପରି ଭୋଟ ଗ୍ରହଣ ପ୍ରକ୍ରିୟା ଚାଲିଛି ତାର ୱେବକାଷ୍ଟିଂ କରାଯାଉଛି । ସିସିଟିଭ ଜରିଆରେ ସିଧାସଳଖ ବୁଥର ଲାଇଭ ଦୃଶ୍ୟ ଅନୁଧ୍ୟାନ କରାଯିବ । 26ଟି ପିଙ୍କ ବୁଥରେ ମହିଳା କର୍ମଚାରୀ ପୋଲିଂ ଷ୍ଟାଫ୍ ଭାବେ ନିଯୁକ୍ତ ହୋଇଛନ୍ତି । 106ଟି ସମ୍ବେଦନଶୀଳ ବୁଥ ମାଇକ୍ରୋ ଅବଜରଭର ରହିଛନ୍ତି ।

କଡାକଡି ସୁରକ୍ଷା: ଅବାଧ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ପୋଲିସ ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଛି । 19 ପ୍ଲାଟୁନ ଓଏସଏପି ଏବଂ 7 କମ୍ପାନୀ ସିଏସିଏଫ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ପୋଲିସ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି । ସମ୍ବେଦନଶୀଳ ବୁଥରେ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି । ସୁରୁଖୁରୁରେ ଭୋଟ ଗ୍ରହଣ କରିବା ପାଇଁ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ସେଣ୍ଟ୍ରାଲ ଫୋର୍ସ, ଷ୍ଟେଟ ଫୋର୍ସ ମୁତୟନ, ଡ୍ରୋନ ସରଭେଲେନ୍ସ କରାଯାଉଛି । ଏହା ସହିତ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ସଜାଗ ରହିଛି ।

ଏହା ବି ପଢନ୍ତୁ...'ମୁଁ ଗୁଡ୍ଡୁ ମୁସଲିମ ନୁହେଁ', ସାମ୍ନାକୁ ଆସିଲେ ଭିଡିଓରେ ଭାଇରାଲ ହେଉଥିବା ବ୍ୟକ୍ତି

ପ୍ରକାଶଥାଉ କି, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି । ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସ ମୈଦାନରେ ବିଜେଡି ଯୋଦ୍ଧା ହୋଇ ଯୁଦ୍ଧ ଲଢୁଛନ୍ତି । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ନବାଗତଙ୍କ ମଧ୍ୟରେ ଲଢେଇ ଆରମ୍ଭ ହୋଇଛି । ଜନତାଙ୍କ ଆସ୍ଥା ଜିତିବାରେ କିଏ ସକ୍ଷମ ହୋଇପାରିଛି । କାହା ଉପରେ ମୋହର ମାରୁଛନ୍ତି ଝାରସୁଗୁଡ଼ାବାସୀ । ପ୍ରସଙ୍ଗ ନା ବ୍ୟକ୍ତିତ୍ବ ଦେଇ ଭୋଟ ଦେଇଛନ୍ତି ଝାରସୁଗୁଡାବାସୀ ତାହା ଆସନ୍ତା ମେ 13 ତାରିଖରେ ସ୍ପଷ୍ଟ ହୋଇଯିବ । ଶଙ୍ଖ ବାଜିବ ନା ପଦ୍ମ ଫୁଟିବ ନା ହାତ ବଳ ଗୋଟାଇବା ତାହା ସ୍ପଷ୍ଟ ହୋଇଯିବ ।

ଇଟିଭି ଭାରତ, ଝାରସୁଗୁଡା

Last Updated : May 10, 2023, 8:47 AM IST

ABOUT THE AUTHOR

...view details