ଓଡିଶା

odisha

ETV Bharat / state

Jharsuguda By poll: ମୋଟ 14 ଜଣ ପ୍ରାର୍ଥୀ ଭରିଲେ ନାମାଙ୍କନ - ଝାରସୁଗୁଡା ଉପନିର୍ବାଚନ

ଝାରସୁଗୁଡା ଉପନିର୍ବାଚନ ପାଇଁ ଶେଷ ହେଲା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା। ଶେଷ ଦିନରେ ନାମାଙ୍କନ ଭରିଲେ ସ୍ୱାଧୀନ ପ୍ରାର୍ଥୀ ଜ୍ଞାନେନ୍ଦ୍ର ବେହେରା। ଅଧିକ ପଢନ୍ତୁ

jharsuguda bypoll
jharsuguda bypoll

By

Published : Apr 21, 2023, 7:33 AM IST

jharsuguda bypoll

ଝାରସୁଗୁଡା:ପାଖେଇ ଆସୁଛି ଝାରସୁଗୁଡା ଉପନିର୍ବାଚନ । ଗୁରୁବାର ଶେଷ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ମୋଟ 14 ଜଣ ପ୍ରାର୍ଥୀ ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସହ 11 ଜଣ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି । ଗତକାଲି(ଗୁରୁବାର) ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ଜ୍ଞାନେନ୍ଦ୍ର ବେହେରା ।

ନିଜ ସମର୍ଥକଙ୍କ ସହିତ ବେହେରାମାଲ ଠାରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ ଜ୍ଞାନେନ୍ଦ୍ର । ଏହାପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଜ୍ଞାନେନ୍ଦ୍ରଙ୍କ ଶୋଭାଯାତ୍ରାରେ ଆଦିବାସୀ ନୃତ୍ୟ ସମେତ ପାରମ୍ପରିକ କୀର୍ତ୍ତନ ନୃତ୍ୟ ଦେଖିବାକୁ ମିଳିଥିଲା । ଜିଲ୍ଲାର ପ୍ରତ୍ୟେକ ବ୍ଲକ ହେଡକ୍ବାଟରରେ ସରକାରୀ ଆଇଟିଆଇ ସେଣ୍ଟର ଖୋଲି କିଭଳି ବେକାରୀ ସମସ୍ୟା ଦୂର କରି ହେବ ସେଥି ପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଜ୍ଞାନେନ୍ଦ୍ର ।

ଜ୍ଞାନେନ୍ଦ୍ର କହିଛନ୍ତି ଯେ,'' ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ କଣ ସମସ୍ୟା ରହିଛି ତାଉପରେ ମୁଁ ଦୃଷ୍ଟି ଦେବି, ଜିଲ୍ଲାରେ ସ୍ପୋଟ୍ସକୁ ନେଇ କୌଣସି ବ୍ୟବସ୍ଥା ନାହିଁ । ଡିଏମଏଫ ଟଙ୍କାରେ ରାଉରକେଲାରେ ଷ୍ଟାଡିୟମ ହେଲା ତେଣୁ ଡିଏମଏଫ ଟଙ୍କାରେ ଝାରସୁଗୁଡାରେ କିଛି କରିବାର ଅଛି । ଜିଲ୍ଲାରେ ସ୍ଥାନୀୟ ନିଯୁକ୍ତି ନାହିଁ । ସମସ୍ତ ବ୍ଲକ ହେଡ କ୍ବାଟର ଠାରେ ଅନ୍ୟୁନ ଗୋଟିଏ ଆଇଟିଆଇ ସେଣ୍ଟର ସ୍ଥାପନ ପାଇଁ ଉଦ୍ୟମ କରାଯିବ । ଯେମିତି ଗାଁର ଅଳ୍ପ ଶିକ୍ଷିତ ଯୁବକ ଯୁବତୀ ମାନେ ଆଇଟିଆଇ ସେଣ୍ଟର ରେ ପାଠପଢି ନିକଟ ଶିଳ୍ପ ସଂସ୍ଥାରେ କାର୍ଯ୍ୟ କରି ପାରିବେ । ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଏବଂ ଅନ୍ୟାନ୍ୟ ତୃଣମୂଳ ସ୍ତରରେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଠିକା କର୍ମୀଙ୍କୁ ସରକାରୀ ଚାକିରିର ମାନ୍ୟତା ଏବଂ ଉଚିତ୍‌ ପ୍ରାପ୍ୟ ପ୍ରଦାନ ଆଦି ପ୍ରସଙ୍ଗକୁ ମୁଦ୍ଦା କରି ଉପନିର୍ବାଚନ ଲଢ଼ିବେ ଜ୍ଞାନେନ୍ଦ୍ର ।''

ଏହା ମଧ୍ୟ ପଢନ୍ତୁ-ବାଘେଲଙ୍କ ମନ୍ତବ୍ୟ ପରେ ଚିହିଁକି ଉଠିଲା ବିଜେଡି, ଓଡିଶା କାହା ଦୟାର ପାତ୍ର ନୁହେଁ କହିଲେ ଦେବୀ

ଗତ ଏପ୍ରିଲ 18 ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ କରିଥିଲେ ବିଜେଡି ପ୍ରାର୍ଥିନୀ ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ । ମନମୋହନ ସ୍କୁଲରୁ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ଦୀପାଳି । ଏହି ସମୟରେ ଉପନିର୍ବାଚନ ପାଇଁ ବିଜେଡି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ବୋଲି କହିଥିଲେ ଦୀପାଳି ।

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details