ଝାରସୁଗୁଡ଼ା: ଦେଶରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ କେନ୍ଦ୍ର ସରକାର ଏହାକୁ ଏକ ଅନୁସୂଚୀତ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ତେବେ ଏନେଇ ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଲୋଚନା ସମୟରେ କୋଭିଡ ମୁକାବିଲା ପାଇଁ ସହାୟତା ରାଶି ବୃଦ୍ଧି କରିବାକୁ ଦାବି କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ।
ଝାରସୁଗୁଡା ଜିଲ୍ଲାପାଳଙ୍କ ଅଫିସରେ ଥିବା NIC କେନ୍ଦ୍ରର କାର୍ଯ୍ୟାଳୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା କରି ରାଜ୍ୟରେ ଏଚ୍ସିକୁ୍ୟଏସ୍ ଟାବଲେଟ, NOT ମାସ୍କ, ଭିଟାମିନ ସି, ରକ୍ତ ନମୁନା ପରୀକ୍ଷା କିଟ,5 ଲକ୍ଷ ପିପିଇ, 300 RNA ଥିବା ବେଳେ ଆଉ 5ହଜାର ଆରଏନ୍ଏ ଯୋଗାଣ ସୁନିଶ୍ଚିତ କରିବାକୁ ସେ କହିଛନ୍ତି। ଏହା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ ଲକଡାଉନ ଅବଧି ବୃଦ୍ଧିକୁ କେନ୍ଦ୍ର ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।