ଓଡିଶା

odisha

By ETV Bharat Odisha Team

Published : Sep 15, 2023, 7:08 PM IST

ETV Bharat / state

ବର୍ଜ୍ୟବସ୍ତୁ ପ୍ଲାଣ୍ଟକୁ ତୀବ୍ର ବିରୋଧ, ବାତିଲ ହେଲା ଜନଶୁଣାଣୀ

ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପକୁ ଜୋରଦାର ବିରୋଧ । ଜନଶୁଣାଣୀ ହେବା ପୂର୍ବରୁ ଅଞ୍ଚଳବାସିନ୍ଦା ADM ଓ ପ୍ରଦୂଷଣ ନିୟନ୍ତ୍ରଣର ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପକୁ ଜୋରଦାର ବିରୋଧ
ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପକୁ ଜୋରଦାର ବିରୋଧ

ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପକୁ ଜୋରଦାର ବିରୋଧ

ଝାରସୁଗୁଡା:ବର୍ଜ୍ୟବସ୍ତୁ ପ୍ଲାଣ୍ଟ ପାଇଁ ଜନଶୁଣାଣୀ ଶିବିରାକୁ ବିରୋଧ । ରାମକୀ ଗ୍ରୁପର ଦ୍ଵାରା ଲଖନପୁର ବ୍ଲକରେ ଜୁନିଏନ୍ ଠାରେ 64 ଏକର ଜଙ୍ଗଳ ଜମିରେ ହେବାକୁ ଥିବା ବର୍ଜ୍ୟବସ୍ତୁ ପରିଚାଳନା ସଂରକ୍ଷଣ ଓ ନିଷ୍କାସନ ପ୍ରକଳ୍ପ ପ୍ରତିଷ୍ଠା କରାଯିବା । ଏହାକୁ ନେଇ ଆଜି ଲଖନପୁରର ବାଣ୍ଡି ପାହାଡ଼ ନିକଟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ହେବାକୁ ଥିବା ଜନଶୁଣାଣୀକୁ ଅଞ୍ଚଳବାସୀ ବିରୋଧ କରିଥିଲେ । ଜନଶୁଣାଣୀ ହେବା ପୂର୍ବରୁ ଅଞ୍ଚଳବାସିନ୍ଦା ADM ଓ ପ୍ରଦୂଷଣ ନିୟନ୍ତ୍ରଣର ଅଧିକାରୀଙ୍କୁ ଘେରାଉ ‘ଗୋ ବ୍ୟାକ୍, ଗୋ ବ୍ୟାକ୍’ ନାରା ଦେଇଥିଲେ । ଏହାସହ ରାମକୀ କମ୍ପାନୀ ପ୍ରତିଷ୍ଠାକୁ ନେଇ ତୀବ୍ର ଆସନ୍ତୋଷ ପ୍ରକାଶ କରିଥିଲେ ।

ଜନଶୁଣାଣୀ ନକରାଇ ଦେବା ପାଇଁ 33ଟି ପଞ୍ଚାୟତର ଶତାଧିକ ଲୋକେ ଏକାଠି ହୋଇ କମ୍ପାନୀ ବିରୋଧରେ ନାରା ଦେଇଥିଲେ । ଏହା ପୂର୍ବରୁ ମଧ୍ଯ ଅନେକ ଥର ଜନଶୁଣାଣୀ ପାଇଁ ପ୍ରଶାସନ ଓ ପ୍ରଦୂଷଣ ବୋର୍ଡ ପ୍ରୟାସ ଚଳାଇଥିଲା ମାତ୍ର ସବୁ ସମୟରେ ଅଞ୍ଚଳ ବାସିନ୍ଦା ଏହାକୁ ତୀବ୍ର ବିରୋଧ କରି ଆସୁଛନ୍ତି । ଜନଶୁଣାଣୀକୁ ନେଇ ପ୍ରବଳ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ.. JSW ପାଇଁ ଜନଶୁଣାଣିକୁ ବିରୋଧ, ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା

ଲଖନପୁର ବ୍ଲକ ସଭାପତି ରବିରତ୍ନ ପ୍ରଧାନ କହିଛନ୍ତି, "ଲଖନପୁରରେ ଆଜି ହେବାକୁ ଥିବା ରାମକୀ କମ୍ପାନୀର ଜନଶୁଣାଣୀ ବିରୋଧରେ ପ୍ରତିବାଦ କରାଯାଇଛି । ଏହାସହ ଆଉ ଜନଶୁଣାଣୀ କାର୍ଯ୍ୟକ୍ରମ ନକରିବା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହାପୂର୍ବରୁ ମଧ୍ୟ ଗତ ୨୦୨୧ ଜୁଲାଇ ୧୦ ତାରିଖରେ ଲଖନପୁର ଓ କୁଡ଼ାଲୋଇ ଗ୍ରାମପଞ୍ଚାୟତର ସରପଞ୍ଚମାନେ ଜିଲ୍ଲାପାଳଙ୍କୁ ଏହି କମ୍ପାନୀ ବିରୋଧରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । କମ୍ପାନୀକୁ ଜମି ନଦେବା ପାଇଁ ବ୍ଳକ ଅଧ୍ୟକ୍ଷାଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ । କମ୍ପାନୀର ବିଷାକ୍ତ ବର୍ଜ୍ୟବସ୍ତୁ ଦ୍ଵାରା ଲୋକେ ବିଭିନ୍ନ ରୋଗରେ ପୀଡ଼ିତ ହେବେ । ତଥାପି ଏହାକୁ ଜିଲ୍ଲା ପ୍ରଶାସନ ଅଣଦେଖା କରି ଆଜି ଜନଶୁଣାଣି କରୁଛି ।"

ତେବେ କମ୍ପାନୀକୁ ଜମି ନଦେବା ଓ ଜନ ଶୁଣାଣୀକୁ ବିରୋଧ କରି ଅଞ୍ଚଳବାସୀ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭରେ ଲଖନପୁର ବ୍ଳକର ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ଲୋକେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯଦି ଜିଲ୍ଲା ପ୍ରଶାସନ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ ନକରେ ତେବେ ଅଞ୍ଚଳର ଜନ ସାଧାରଣ ଓ ନିର୍ବାଚିତ ପ୍ରତିନିଧିମାନେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details