ଝାରସୁଗୁଡ଼ା: ଲଖନପୁର ବ୍ଲକ ଅନ୍ତର୍ଭୁକ୍ତ ଧୁଲୁଣ୍ଡା ଗ୍ରାମର ଏକ ନିର୍ମାଣଧୀନ ସ୍କୁଲ କୋଠା ଭୁଶୁଡି ପଡିଛି । ଛାତ ଭୁଶୁଡି ପଡିବାରୁ କୋଠାରେ କାମ କରୁଥିବା 2 ଜଣ ଶ୍ରମିକ ଭିତରେ ଚାପି ହୋଇ ରହିଥିଲେ । ପ୍ରାୟ 2 ଘଣ୍ଟା ପରେ ଆହତ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ଜଣକ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତ ହୋଇଥିବା ଶ୍ରମିକ ରେମତା ଗାଁର ରତନ ଦେହୁରୀ ବୋଲି ଜଣାପଡିଛି ।
ଭୁଶୁଡିଲା ନିର୍ମାଣଧୀନ ସ୍କୁଲ କୋଠା, ଜଣେ ଗୁରୁତର - school building collapsed
ଝାରସୁଗୁଡା ଲଖନପୁର ବ୍ଲକ ଅନ୍ତର୍ଭୁକ୍ତ ଧୁଲୁଣ୍ଡା ଗ୍ରାମର ଏକ ନିର୍ମାଣଧୀନ ସ୍କୁଲ କୋଠା ଭୁଶୁଡି ପଡିବାରୁ କାମ କରୁଥିବା 2 ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ଭିତରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠିରୁ ଏହି ସ୍କୁଲର ଅତିରିକ୍ତ କୋଠା ନିର୍ମାଣ କରାଯାଉଛି । ନିର୍ମାଣ କାମ ନିମ୍ନମାନର ହେଉଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ । ବିରୋଧ ସତ୍ତ୍ବେ ଠିକାଦାର ଆଜି ସକାଳୁ ଗ୍ରାମବାସୀଙ୍କ ଅନୁପସ୍ଥିତିରେ ଛାତ ପକାଉଥିବା ବେଳେ ଏହି ଘଟଣା ଘଟିଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ