ଓଡିଶା

odisha

By

Published : Mar 23, 2023, 1:18 PM IST

Updated : Mar 23, 2023, 1:35 PM IST

ETV Bharat / state

ବେଲପାହାଡ଼ ଷ୍ଟେସନରେ ରେଳ ୟୁଜର ଫୋରମର ପ୍ରତିବାଦ, ପ୍ରତିଶୃତି ପରେ ହଟିଲା ଆନ୍ଦୋଳନ

ବେଲପାହାଡ଼ ଷ୍ଟେସନରେ ରେଳ ୟୁଜର ଫୋରମର ଧାରଣା । ଟ୍ରେନ ରହଣି ଦାବି ନେଇ ସକାଳ ୭ଟାରୁ ଧାରଣା ଦିଆଯାଇଥିଲା । ତେବେ ପ୍ରତିଶୃତି ପରେ ହଟିଲା ଧାରଣା । ଅଧିକ ପଢନ୍ତୁ

ବେଲପାହାଡ଼ ଷ୍ଟେସନ
ବେଲପାହାଡ଼ ଷ୍ଟେସନ

ବେଲପାହାଡ଼ ଷ୍ଟେସନରେ ରେଳ ୟୁଜର ଫୋରମର ଧାରଣା

ଝାରସୁଗୁଡା:ବେଲପାହାଡ ଷ୍ଟେସନରେ ଟ୍ରେନ ରହଣି ଦାବି । ବେଲପାହାଡ ଲଖନପୁର ରେଳ ୟୁଜର ଫୋରମ ପକ୍ଷରୁ ଧାରଣା ଦିଆଯାଇଥିଲା । ବେଲପାହାଡ ରେଳ ଷ୍ଟେସନରେ ଆଜି ସକାଳ 7ଟାରୁ ଆରମ୍ଭ ହୋଇଛି ରେଳ ରୋକ ଆନ୍ଦୋଳନ ଓ ବେଲପାହାଡ଼ ବନ୍ଦ କରାଯାଇଥିଲା । ତେବେ ରହଣି ନେଇ ପ୍ରତିଶୃତି ମିଳିବା ପରେ ହଟିଲା ଧାରଣା ।

ବେଲପାହାଡ ରେଳ ଷ୍ଟେସନରେ 9ଟି ଟ୍ରେନର ରହଣୀ ଦାବିରେ ଏହି ରେଳ ରୋକ ଆନ୍ଦୋଳନ କରାଯାଇଥିଲା l ତେବେ ରେଳଷ୍ଟେସନ ପରିସରରେ ଶାନ୍ତିପୂର୍ଣ୍ଣ ଭାବରେ ଏହି ଆନ୍ଦୋଳନ ଜାରି ରଖିଥିଲେ । ସୁରକ୍ଷାକୁ ଦୃଷ୍ଟିରୁ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ଏହା ଦ୍ବାରା ଏହି ବିଳାଶପୁର ରେଳ ଡିଭିଜନର ହାଓ୍ବଡା-ମୁମ୍ବାଇ ରେଳପଥରେ ରେଳ ରୋକ କରାଯିବା ସହ ରେଳବାଇର ଅର୍ଥନୈତିକ ଅବରୋଧ କରାଯିବା ସହ ବେଲପାହାଡ ସହରରେ ମଧ୍ୟ ବନ୍ଦ ପାଳନ କରାଯିବ ବୋଲି ଝାରସୁଗୁଡା ବେଲପାହାଡ ଲଖନପୁର ରେଳ ୟୁଜର ଫୋରମ ପକ୍ଷରୁ କୁହାଯାଇଥିଲା ।

ତେବେ ଆଜି ତାହାକୁ କାର୍ଯ୍ୟକାରୀ କରାଯାଇଥିବା ବେଳେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଇଥିଲା । ଏନେଇ ବିଳାସପୁର ରେଳ ଡିଭିଜନ ପକ୍ଷରୁ ଏସିଏମ୍ ରାକେଶ ସିଂ ଆନ୍ଦୋଳନ ସ୍ଥଳକୁ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରିଲେ ଆନ୍ଦୋଳନକାରୀ । ସୂଚନା ଅନୁଯାୟୀ ୪ଟି ଟ୍ରେନ ବେଲପାହାଡ଼ ଷ୍ଟେସନରେ ରହିବ ଓ ଆଉ ୩ଟି ଟ୍ରେନ ପାଇଁ ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତାଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଆନ୍ଦୋଳନକାରୀ । ପ୍ରତିଶ୍ରୁତି ମିଳିବା ପରେ ମଧ୍ୟ ସନ୍ତୁଷ୍ଟ ନାହାଁନ୍ତି ଆନ୍ଦୋଳନକାରୀ ବୋଲି କହିଛନ୍ତି ।

ସୂଚନାଅନୁସାରେ, ବେଲପାହାଡ ଷ୍ଟେସନରେ କୋଭିଡ ପୂର୍ବରୁ 7ଟି ଟ୍ରେନ ରହୁଥିଲା । କିନ୍ତୁ କୋଭିଡ ସମୟରେ ଟ୍ରେନ ରହଣିକୁ ବାତିଲ କରିଦିଆଯାଇଥିଲା । କୋରୋନାର ପ୍ରାର୍ଦୁଭାବ ସରିବା ପରେ ମଧ୍ୟ ଏହାର ପୁନଃ ରହଣି କରାଯାଇ ନାହିଁ । ଭୁବନେଶ୍ବର ଏଲଟିଟି, ଟାଟା-ଇଟଓ୍ବାରି ଏକ୍ସପ୍ରେସ, ବିଶାଖାପାଟଣା-ଅମୃତସର, ହାଓ୍ବଡା- ଅହମ୍ମଦାବାଦ, କଳିଙ୍ଗ ଉତ୍କଳ ଏକ୍ସପ୍ରେସ, ଶାଳିନାସ ଏଲଟିଟି ଏକ୍ସପ୍ରେସର ରହଣିକୁ ଦାବି କରାଯାଇଛି । କୋଭିଡ ପୂର୍ବରୁ ଏହି ସମସ୍ତ ଟ୍ରେନ ରହୁଥିଲା ।

ଏହି ଟ୍ରେନ ପାଇଁ ଦେଶର ବିଭିନ୍ନ ଓ ବଡ଼ ବଡ଼ ସହରକୁ ସଂଯୋଗ ରହିଥିଲେ ମଧ୍ୟ ଟ୍ରେନରେ ଯାତାୟତ ପାଇଁ ବେଲପାହାଡ଼ ଓ ଲଖନପୁର ତଥା ଆଖପାଖ ଅଞ୍ଚଳବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ତେଣୁ କୋଭିଡ଼ ବେଳେ ରହଣି ବାତିଲ ହୋଇଥିବା ସମସ୍ତ ଟ୍ରେନର ବେଲପାହାଡ ଷ୍ଟେସନରେ ପୁନଃ ରହଣି ଦାବିରେ ଏହି ରେଳ ରୋକ କରାଯାଇଥିଲା l ତେବେ ରୋଳ ରୋକ ପାଇଁ ରେଳ ୟୁଜର ଫୋରମ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଏହି ଦାବିକୁ ଦୃଷ୍ଟିରେ ରଖି ୪ଟି ଟ୍ରେନର ରହଣି ପାଇଁ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

ଇଟିଭି ଭାରତ, ଝାରସୁଗୁଡା

Last Updated : Mar 23, 2023, 1:35 PM IST

ABOUT THE AUTHOR

...view details