ଓଡିଶା

odisha

By

Published : May 29, 2022, 9:59 PM IST

ETV Bharat / state

ବ୍ରଜରାଜନଗର ଉପନିର୍ବାଚନ ପାଇଁ ସରିଲା ପ୍ରଚାର, ବୁଥକୁ ଗଲେ ପୋଲିଂ ପାର୍ଟି

ମଙ୍ଗଳବାର ବ୍ରଜରାଜନଗର ଉପନିର୍ବାଚନ । ପୋଲିଂ ବୁଥକୁ ଗଲେ ପୋଲିଂ ପାର୍ଟି । ଅଧିକ ପଢନ୍ତୁ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ସରିଲା ପ୍ରଚାର, ବୁଥକୁ ଗଲେ ପୋଲିଂ ପାର୍ଟି
ବ୍ରଜରାଜନଗର ଉପନିର୍ବାଚନ ପାଇଁ ସରିଲା ପ୍ରଚାର, ବୁଥକୁ ଗଲେ ପୋଲିଂ ପାର୍ଟି

ଝାରସୁଗୁଡା:ଦିନକ ପରେ ଅନୁଷ୍ଠିତ ହେବ ବ୍ରଜରାଜନଗର ଉପନିର୍ବାଚନ । ଏଥିପାଇଁ ଆଜି(ରବିବାର) ପ୍ରଚାର ପ୍ରସାର ସରିଥିବାବେଳେ ନିଜ ନିଜ ପୁଲିଂ ବୁଥକୁ ଯାଇଛନ୍ତି ପୁଲିଂ ଅଫିସର । ସେହିପରି ଶାନ୍ତି ଶୃଙ୍ଖଳା ପାଇଁ ମଧ୍ୟ ପୁଲିଂ ବୁଥରେ ପହଞ୍ଚିଛନ୍ତି ପୋଲିସ କର୍ମଚାରୀମାନେ l

ବ୍ରଜରାଜନଗର ଉପନିର୍ବାଚନ ପାଇଁ ସରିଲା ପ୍ରଚାର, ବୁଥକୁ ଗଲେ ପୋଲିଂ ପାର୍ଟି

ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଥିବାବେଳେ 279ଟି ବୁଥ କରାଯାଇଛି l 5ଟି ପିଙ୍କ ବୁଥ ଓ 30ଟି ମଡେଲ କରାଯାଇ ଥିବାବେଳେ ପ୍ରାୟ 50 ପ୍ରତିଶତ ବୁଥରେ ଭିଡିଓଗ୍ରାଫିର ବ୍ୟବସ୍ଥା କରାଯାଇଥିବା ଉପଜିଲ୍ଲାପାଳ ଦୟାମୟ ପାଢି ସୂଚନା ଦେଇଛନ୍ତି l ତେବେ ବ୍ରଜରାଜନଗର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି ।

ବିଜେଡି କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଥିବାବେଳେ ବିଜେପି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା କିଶୋର ପଟେଲ ମୈଦାନକୁ ଓହ୍ଲାଇଛନ୍ତି । ଦୀର୍ଘଦିନ ଧରି ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ପ୍ରଚାର ପ୍ରସାଚ ଚାଲିଥିଲା । ଆଜି ପ୍ରଚାର ଶେଷହୋଇ ଥିବାବେଳେ ମେ' 31ରେ ହେବ ଭୋଟ ଗଣତି ।



ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details