ଝାରସୁଗୁ଼ଡା:ଜିଲ୍ଲା ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଆଉ 2 ଦିନ ବାକି ରହିଲା । ଆଜି ପ୍ରଚାର ସରିବ । ନିର୍ବାଚନକୁ ମାତ୍ର ଆଉ ୪୫ଘଣ୍ଟା ଅର୍ଥାତ ଦୁଇ ଦିନ ରହିଥିବା ବେଳେ ରାଜନୈତିକ ଦଳ ପକ୍ଷରୁ ଟଙ୍କା ବଣ୍ଟା କାରବାର ଚାଲୁଥିବା ନଜର ଆସିଛି । ଲଖନପୁର ବ୍ଲକ ପଞ୍ଚଗାଁ ଅଞ୍ଚଳରେ କୌଣସି ଏକ ରାଜନୈତିକ ଦଳ ଭୋଟ କିଣିବା ପାଇଁ ଟଙ୍କା ବଣ୍ଟନ କରୁଥିବା ଦେଖିବାକୁ ମିଳିଛି । ଗ୍ରାମବାସୀମାନେ ସେମାନଙ୍କୁ କାବୁ କରିଛନ୍ତି । ସେମାନେ ଟଙ୍କା ବଣ୍ଟା କଥାକୁ ମାନି ନାହାନ୍ତି । ଚଳିତ ଉପନିର୍ବାଚନରେ ଟଙ୍କା କାରବାରକୁ ରୋକିବା ପାଇଁ ଗ୍ରାମବାସୀ ସଜାଗ ରହିଥିବା ଦେଖିବାକୁ ମିଳୁଛି । ତେବେ ବାସ୍ତବରେ ଘଟଣା କେତେ ସତ ତାହା ତଦନ୍ତ ପରେ ଜଣାପଡିବ ।
Brajarajnagar Bypoll: ଭୋଟ ପାଇଁ ଟଙ୍କା ବଣ୍ଟା ଅଭିଯୋଗ - ବ୍ରଜରାଜନଗର ଉପନିର୍ବାଚନ ପାଇଁ ଟଙ୍କା ବଣ୍ଟା ଅଭିଯୋଗ
ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଆଉ 2 ଦିନ ବାକି ରହିଲା । ଆଜି ପ୍ରଚାର ସରିବ । ନିର୍ବାଚନକୁ ମାତ୍ର ଆଉ ୪୫ ଘଣ୍ଟା ଅର୍ଥାତ ଦୁଇ ଦିନ ରହିଥିବା ବେଳେ ରାଜନୈତିକ ଦଳ ପକ୍ଷରୁ ଟଙ୍କା ବଣ୍ଟା କାରବାର ଚାଲୁଥିବା ନଜର ଆସିଛି । ଅଧିକ ପଢନ୍ତୁ
ଭୋଟ ପାଇଁ ଟଙ୍କା ବଣ୍ଟା ଅଭିଯୋଗ
ପ୍ରକାଶଥାଉ କି, ମେ ୩୧ ରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହେବ । ଜୁନ ୩ରେ ଭୋଟଗଣତି ହେବ । ବିଜେପି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି ବିଜେପି । କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା କିଶୋର ପଟେଲ ଓ ବିଜେଡି ପକ୍ଷରୁ କିଶୋର ମହାନ୍ତିଙ୍କ ପତ୍ନୀଙ୍କୁ ପ୍ରାର୍ଥୀ ହୋଇଛନ୍ତି । ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ପରେ ଝାରସୁଗୁଡା ଜିଲ୍ଲାର ଏହି ଗୁରୁତ୍ବପୂର୍ଣ୍ଣ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି । 3 ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି ।
ଇଟିଭି ଭାରତ, ଝାରସୁଗୁ଼ଡା