ଝାରସୁଗୁଡ଼ା: ସହରରେ ଥିବା ୱେଷ୍ଟସାଇଡ଼ ସପିଂ ମଲ୍ରୁ ରବିବାର ରାତିରେ ନଗଦ ଲକ୍ଷାଧିକ ଟଙ୍କା ସହ କେତେକ ଇଲୋଟ୍ରୋନିକ୍ସ ସାମଗ୍ରୀ ଚୋରି ହୋଇଥିଲା । ମଲ ମ୍ୟାନେଜର ଏ ନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ ୫ ଦିନ ପରେ ମାମଲାର ପର୍ଦ୍ଦାଫାସ କରି ସେହି ମଲର କର୍ମଚାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
ଭାଇ ବାହାଘର ପାଇଁ Mallରୁ କରୁଥିଲେ ଚୋରି, ଧରା ପଡିଲେ ଏମିତି ଏହି ଘଟଣାରେ ପୋଲିସ ସପିଂ ମଲ୍ର ଜଣେ କର୍ମଚାରୀଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଉଦୟପୁର ଗ୍ରାମର ଦେବ ନାୟକ ବୋଲି ଜଣାପଡିଛି । ଅଭିଯୁକ୍ତଙ୍କ ନିକଟରୁ ପୋଲିସ ନଗଦ ୧ ଲକ୍ଷ ୭୧ହଜାର ୪୦ ଟଙ୍କା, ସିସିଟିଭି ଡିଭିଆର୍, ୪ ସାମସଙ୍ଗ ଟାବ୍ଲେଟ ଓ ଜିଓ ଇଣ୍ଟରନେଟ୍ ଫାଇବର ମେଶିନ ଆଦି ଚୋରି ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବ ବୋଲି ପୋଲିସ କହିଛି । ତେବେ ଏନେଇ ଏସ୍ପି ବିକାଶ ଚନ୍ଦ୍ର ଦାସ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଘଟଣା ଥିଲା ଏମିତି:-
ସହରରେ ଥିବା ଏକ ୱେଷ୍ଟସାଇଡ଼ ସପିଂ ମଲ୍ରୁ ରବିବାର ରାତିରେ ନଗଦ ଲକ୍ଷାଧିକ ଟଙ୍କା ସହ କେତେକ ଇଲୋଟ୍ରୋନିକ୍ସ ସାମଗ୍ରୀ ଚୋରି ହୋଇଥିଲା । ଏନେଇ ମଲ୍ ମ୍ୟାନେଜର୍ ସମୀର ବିଶ୍ବାଳ ଗତ ସୋମବାର ଝାରସୁଗୁଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ଝାରସୁଗୁଡ଼ା ଟାଉନ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ୫ଦିନ ପରେ ଘଟଣାର ପର୍ଦ୍ଦାଫାସ କରିବାରେ ପୋଲିସ ସଫଳ ହୋଇଛି ।
ତେବେ ଅଭିଯୁକ୍ତ କର୍ମଚାରୀ ଜଣଙ୍କ ମଲ୍ରେ ସେଲ୍ସମ୍ୟାନ ଭାବେ କାମ କରନ୍ତି । ସେ ମାସିକ ୧୫ହଜାର ଟଙ୍କା ଦରମା ପାଆନ୍ତି । ଏହି କମ୍ ଦରମାରେ ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟ ହେଉଥିଲା । ଏଭଳି ସ୍ଥିତିରେ ତାଙ୍କ ଭାଇଙ୍କ ବାହାଘର ମଧ୍ୟ ରହିଥିଲା । ଏସବୁ ଦୃଷ୍ଟିରେ ରଖି କର୍ମଚାରୀ ଜଣଙ୍କ ମଲ୍ ପଛ ରାସ୍ତାରେ ପଶି ନଗଦ ୨ ଲକ୍ଷ ୬୦ ହଜାର ଟଙ୍କା ଓ ଉପରୋକ୍ତ ଜବତ ଇଲୋଟ୍ରୋନିକ୍ସ ସାମଗ୍ରୀ ଚୋରି କରିଥିଲା । ଏନେଇ ପୋଲିସ ଦେବଙ୍କ ମୋବାଇଲ ଟ୍ରାକିଂ କରି ତାଙ୍କ ଗ୍ରାମରେ ପହଞ୍ଚି ତାଙ୍ଗୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ