ଝାରସୁଗୁଡା: ହସ୍ପିଟାଲକୁ ଦୈନିକ ଆସୁଛନ୍ତି ହଜାରରୁ ଅଧିକ ରୋଗୀ। ହେଲେ ଏଠାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ ଓ ତାଙ୍କର ସମ୍ପର୍କୀୟ। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ରୋଗୀଙ୍କ ପାଇଁ ନାହିଁ ଶୌଚାଳୟ ସୁବିଧା। ଯାହାଫଳରେ ଅସନ୍ତୋଷ ଜାହିର କରିଛନ୍ତି ମେଡିକାଲକୁ ଆସୁଥିବା ଲୋକେ ।
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଅସ୍ବଚ୍ଛ ଡାକ୍ତରଖାନା, ନାହିଁ ପବ୍ଲିକ ଟଏଲେଟ୍ ଝାରସୁଗୁଡ଼ାର ମୁଖ୍ୟ ଚିକତ୍ସାଳୟକୁ ଭରସା କରି ଜିଲ୍ଲାର ବହୁ ଦୂରଦୁରାନ୍ତରୁ ରୋଗୀ ଆସିଥାନ୍ତି। ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବ ତ ଦୂରର କଥା ଏଠାରେ ସର୍ବସାଧାରଣଙ୍କ ପାଇଁ ପରିଷ୍କାର ଶୌଚାଳୟଟିଏ ଉପଲବ୍ଧ ନାହିଁ।ରୋଗୀଙ୍କୁ ଉତ୍ତମ ସେବା ଯୋଗାଇବା ସହ ମେଡିକାଲ ପରିସରକୁ ପରିଷ୍କାର ପରିଛନ୍ନତା ରଖିବକଥା ।
ଝାରସୁଗୁଡ଼ା ଜିଲ୍ଲାକୁ ବାହ୍ୟମଳମୁକ୍ତ ସହର ଭାବେ ଘୋଷଣା କରାଯାଇଛି କିନ୍ତୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ତାହା ବାଟବଣା ହୋଇଛି କାରଣ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସମ୍ପର୍କୀୟ କିମ୍ବା ଚିକିତ୍ସାଳୟକୁ ସାଧାରଣ ଚିକିତ୍ସା ପାଇଁ ଆସିଥିବା ଲୋକେ କୌଣସି ସାଧାରଣ ଶୌଚାଳୟର ସୁବିଧା ନପାଇ ଚିକିତ୍ସାଳୟରୁ ଅଳ୍ପକିଛି ଦୂରରେ ଥିବା ଏକ ଛୋଟିଆ ଗାଡ଼ିଆ (ବନ୍ଧ) ଉପରେ ନିତ୍ୟକର୍ମ ପାଇଁ ଭରସାକରୁଛନ୍ତି ।
ପ୍ରତି ୱାର୍ଡରେ ଶୌଚାଳୟ ରହିଛି। ଦୁର୍ଗନ୍ଧରେ କୌଣସି ରୋଗୀ ଓ ତାଙ୍କ ସମ୍ପର୍କୀୟ ଏହାକୁ ବ୍ୟବହାର କରିବାକୁ ଡରୁଛନ୍ତି। ପୁରୁଷଙ୍କ ଅପେକ୍ଷା ମହିଳା ଏଭଳି ଶୌଚାଳୟକୁ ନେଇ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଝାରସୁଗୁଡ଼ା ହସ୍ପିଟାଲରେ ଏକ ପବ୍ଲିକ ଟଏଲେଟ କରିବାକୁ ଦାବି କରିଛନ୍ତି ରୋଗୀଙ୍କର ସମ୍ପର୍କୀୟ ଓ ସ୍ତାନୀୟ ଲୋକେ ।
ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ