ଓଡିଶା

odisha

By

Published : Nov 13, 2022, 10:18 AM IST

ETV Bharat / state

ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀଙ୍କ ବିକ୍ଷୋଭ, ୨୬ରେ ଭୁବନେଶ୍ୱରରେ ପ୍ରତିବାଦ

ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀଙ୍କ ବିକ୍ଷୋଭ । ସ୍ଥାୟୀ ମାନ୍ୟତା ପ୍ରଦାନ କରିବା ସହିତ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଯୋର ଧରିଛି ଦାବି । ଅଧିକ ପଢ଼ନ୍ତୁ

ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀଙ୍କ ବିକ୍ଷୋଭ,  ୨୬ରେ ଭୁବନେଶ୍ୱରରେ ପ୍ରତିବାଦ
ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀଙ୍କ ବିକ୍ଷୋଭ, ୨୬ରେ ଭୁବନେଶ୍ୱରରେ ପ୍ରତିବାଦ

ଝାରସୁଗୁଡ଼ା: ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀଙ୍କ ବିକ୍ଷୋଭ(Odisha outsourcing employees demand)। ସ୍ଥାୟୀ ମାନ୍ୟତା ପ୍ରଦାନ କରିବା ସହିତ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଯୋର ଧରିଛି ଦାବି । ଏନେଇ ଆସନ୍ତା ୨୬ ତାରିଖରେ ଭୁବନେଶ୍ୱର ଠାରେ ଏହି ଦାବିକୁ ନେଇ ପ୍ରତିବାଦ କରାଯିବ । ଏହି ପ୍ରତିବାଦକୁ ଝାରସୁଗୁଡା ଜିଲ୍ଲା ସଂଘ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଝାରସୁଗୁଡା ପାହାଡି ମନ୍ଦିର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଓଡିଶା ସରକାରୀ ଆଉଟସୋରସିଂ କର୍ମଚାରୀ ମହାସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀଙ୍କ ବିକ୍ଷୋଭ, ୨୬ରେ ଭୁବନେଶ୍ୱରରେ ପ୍ରତିବାଦ

ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟ କରୁଥିବା ସମସ୍ତ ଆଉଟସୋର୍ସିଂ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀଙ୍କୁ ସରକାରୀ କର୍ମଚାରୀଙ୍କ ଭଳି ସମସ୍ତ ସୁବିଧା କିଭଳି ଯୋଗାଇ ଦିଆଯିବ ତାହାକୁ ନେଇ ଆଲୋଚନା କରାଯାଇଥିଲା । ଆସନ୍ତା ୨୬ ତାରିଖରେ ଭୁବନେଶ୍ୱର ଠାରେ ଏହି ଦାବିକୁ ନେଇ ପ୍ରତିବାଦ କରାଯିବ (Employees demand regular job in Jharsuguda) । ଯାହାକି ଝାରସୁଗୁଡା ଜିଲ୍ଲାର ସଂଘ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ସରକାର ସିଧାସଳଖ ଭାବେ ଠିକାରେ ନିଯୁକ୍ତ ମାତ୍ର ୫୭ ହଜାର କର୍ମଚାରୀଙ୍କୁ ନିୟମିତ କରିଛନ୍ତି । ହେଲେ ସର୍ଭିସ ପ୍ରୋଭାଇର ଏଜେନ୍ସି ମାନଙ୍କ ଜରିଆରେ ଠିକାରେ ନିୟୋଜିତ କରିଥିବା ଲକ୍ଷାଧିକ ଠିକା କର୍ମଚାରୀଙ୍କୁ ଏହି ପର୍ଯ୍ୟନ୍ତ ନିୟମିତ କରାଯାଇ ନାହିଁ ।

ଏହାମଧ୍ୟ ପଢ଼ନ୍ତୁ.ଚାକିରି ନିୟମିତ ଦାବିରେ ବ୍ରହ୍ମପୁରରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ

ସରକାର ଠିକା ନିଯୁକ୍ତି ନିୟମ ୨୦୧୩ ଧାରା ୪ ଅନୁସାରେ ସରକାରୀ ସେବାରେ ଦୁଇ ପ୍ରକାର ଠିକା ନିଯୁକ୍ତ କର୍ମଚାରୀ ନିଯୁକ୍ତ ହୋଇଛନ୍ତି(Odisha outsourcing employees) । ହେଲେ ସରକାର ସେଥି ମଧ୍ୟରୁ 'କ' ଶ୍ରେଣୀର ଠିକା କର୍ମଚାରୀଙ୍କୁ ନିୟମିତ କରିନାହାଁନ୍ତି । ବଜାର ଦର ନିୟମ ଅନୁସାରେ ସର୍ବନିମ୍ନ ଓ ନିୟମିତି ଦରମା, ଚାକିରିରେ ନିରାପତ୍ତା, ସାମାଜିକ ସୁରକ୍ଷା ବିନା ବର୍ଷ ବର୍ଷ ଧରି ସରକାରୀ ସେବାରେ ନିରବିଚ୍ଛନ୍ନ ଭାବେ କାର୍ଯ୍ୟରତ ଏହି କର୍ମଚାରୀଙ୍କ ପାଇଁ ସରକାରଙ୍କ ଚିନ୍ତା ନଥିବା ମନେ ହେଉଛି ।

ଏ ସମ୍ପର୍କରେ ଓଡ଼ିଶା ସରକାରୀ ଆଉଟସୋର୍ସିଂ ସଭାପତି ଶ୍ରୀବତ୍ସ ପଣ୍ଡା କହିଛନ୍ତି, ''ସରକାର ଆମକୁ ଯେଉଁ ନିଚ୍ଚ ଦୃଷ୍ଟିରେ ଦେଖୁଛନ୍ତି ତାକୁ ନେଇ ଆମେ ବିକ୍ଷୋଭ କରିଛୁ।ତେଣୁ ଆମକୁ ସରକାରୀସ୍ତରରେ ଯେଉଁ ସୁବିଧା ମିଳିବା କଥା ତାହା ମିଳୁ ।''

ଇଟିଭି ଭାରତ,ଝାରସୁଗୁଡ଼ା

ABOUT THE AUTHOR

...view details