ଓଡିଶା

odisha

By ETV Bharat Odisha Team

Published : Dec 27, 2023, 9:45 PM IST

ETV Bharat / state

ରାଜ୍ୟପାଳଙ୍କ ଝାରସୁଗୁଡ଼ା ଗସ୍ତ, ସରକରୀ ଯୋଜନା ବିଷୟରେ କଲେ ଆଲୋଚନା

Governor Raghubar Das Visits Jharsuguda: ରାଜ୍ୟପାଳ ରଘୁବର ଦାସଙ୍କ ଝାରସୁଗୁଡ଼ା ଜିଲ୍ଲା ଗସ୍ତ । ସକାଳ 10 ଟା 45 ରେ ରାଜ୍ୟପାଳ ଝାରସୁଗୁଡା OMP ସ୍ଥିତ ଆଙ୍ଗନବାଡି କେନ୍ଦ୍ର ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ତରଫରୁ ରାଜ୍ୟପାଳଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା ଗସ୍ତରେ ରାଜ୍ୟପାଳ
ଝାରସୁଗୁଡ଼ା ଗସ୍ତରେ ରାଜ୍ୟପାଳ

ଝାରସୁଗୁଡ଼ା ଗସ୍ତରେ ରାଜ୍ୟପାଳ

ଝାରସୁଗୁଡା: ରାଜ୍ୟପାଳ ରଘୁବର ଦାସଙ୍କ ଝାରସୁଗୁଡ଼ା ଜିଲ୍ଲା ଗସ୍ତ । ଆଜି ଦିନିକିଆ ଜିଲ୍ଲା ଗସ୍ତ କରି ସରକାରୀ ଯୋଜନା ଏବଂ ବିଭିନ୍ନ ପ୍ରକାର ବ୍ୟବସାୟୀକ କାର୍ଯ୍ୟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ତେବେ ଆଜି ସକାଳ 10 ଟା 45 ରେ ରାଜ୍ୟପାଳ ଝାରସୁଗୁଡା OMP ସ୍ଥିତ ଆଙ୍ଗନବାଡି କେନ୍ଦ୍ର ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ତରଫରୁ ରାଜ୍ୟପାଳଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

ଓଡି଼ଶା ରାଜ୍ୟପାଳ ରଘୁବର ଦାସ ଆଜି ଦିନିକିଆ ଝାରସୁଗୁଡା ଜିଲ୍ଲା ଗସ୍ତ କରିଥିଲେ । ଏହି ଅବସରରେ ରାଜ୍ୟପାଳଙ୍କୁ ଜିଲ୍ଲାରେ ଭବ୍ୟ ସ୍ବାଗତ କରାଯାଇଥିଲା । ଜିଲ୍ଲା ପୋଲିସ ତରଫରୁ ଗାର୍ଡ ଅଫ ଅନର ଦିଆଯାଇଥିବା ବେଳେ 2nd ବଟାଲିଆନ OMP ଆଙ୍ଗନୱାଡ଼ି କେନ୍ଦ୍ରରେ ଛୋଟ ଛୋଟ ଛୁଆ ଏବଂ ଅଭିଭାବକମାନଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟପାଳ । ପୋଷଣ ଯୋଜନା ଏବଂ ଆଙ୍ଗନୱାଡ଼ି ପକ୍ଷରୁ ଯୋଗାଇ ଦିଆଯାଉଥିବା ଖାଦ୍ୟ ବିଷୟରେ ରାଜ୍ୟପାଳ ଅଭିଭାବକମାନଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ଆଜିର ଏହି ଦିନିକିଆ ଗସ୍ତ ଅବସରରେ ରାଜ୍ୟପାଳ ରଘୁବର ଦୁର୍ଲଗା ଗସ୍ତ କରି ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ସହିତ ସରକାରୀ ଯୋଜନା ଏବଂ ବିଭିନ୍ନ ପ୍ରକାର ବ୍ୟବସାୟୀକ କାର୍ଯ୍ୟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ......ବରଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ସ୍ଥାନ ପରିଦର୍ଶନ କଲେ ରାଜ୍ୟପାଳ

ଏହା ମଧ୍ୟ ପଢ଼ନ୍ତୁ......ସମ୍ବଲପୁର ଗସ୍ତରେ ରାଜ୍ୟପାଳ, ନିଶା ନିବାରଣ ସଚେତନତା ପାଇଁ ଦେଲେ ପରାମର୍ଶ

ସେହିପରି ଜିଲ୍ଲାର ତାଳପଟିଆରେ ଗ୍ରାମବାସୀ ଏବଂ ଚାଷୀମାନଙ୍କ ସହ ମଧ୍ୟ ସିଧା ସଳଖ ଆଲୋଚନା କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କ ସ୍ବାସ୍ଥ୍ୟକୁ ନେଇ ପଚରାଉଚରା କରିବା ସହ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ ରାଜ୍ୟପାଳ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଟିସ୍କେନ, ଅଲଟ୍ରାସାଉଣ୍ଡ ଏବଂ ଆବଶ୍ୟକୀୟ ସରଞ୍ଜାମକୁ ନେଇ ମଧ୍ୟ ସମୀକ୍ଷା କରିଥିଲେ । ଏହାସହ ଏଚ୍. କଟାପାଲି ସ୍ଥିତ ଆଦର୍ଶ ବିଦ୍ୟାଳୟ ଗସ୍ତ କରି ସେଠାରେ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଉଦବୋଧନ ଦେଇଥିଲେ । ଏହାସହ ବିଦ୍ୟାଳୟର ଶିକ୍ଷକଙ୍କ ସହ ଛାତ୍ରଛାତ୍ରୀମାନଙ୍କ ବୌଧିକ ଓ ଗୁଣାତ୍ମକ ଶିକ୍ଷାକୁ ବୃଦ୍ଧି କରିବା ପାଇଁ ଆଲୋଚନା କରିଛନ୍ତି । ତେବେ ଦିନିକିଆ ଗସ୍ତ ସାରି ସନ୍ଧ୍ୟା ୫ ଟା ୫୫ ମିନିଟ ସମୟରେ ଝାରସୁଗୁଡା ବିରସୁରେନ୍ଦ୍ର ସାଏ ବିମାନ ବନ୍ଦରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details