ଓଡିଶା

odisha

ETV Bharat / state

ଝାରସୁଗୁଡାରେ ମିଲେଟ ସଚେତନତା ରଥର ଉଦଘାଟନ, ଖାଦ୍ୟଥାଳିକୁ ଫେରାଇ ଆଣିବାକୁ ଏକ ପ୍ରୟାସ - ଓଡିଶା ମିଲେଟ ମିଶନ

ଝାରସୁଗୁଡା ଜିଲ୍ଲାର ୫ଟି ବ୍ଳକର ପ୍ରତି ପଞ୍ଚାୟତ ବୁଲିବୁଲି ଲୋକଙ୍କୁ ମିଲେଟ ବିଷୟରେ ସଚେତନ କରାଇବ ରଥ । ମାଣ୍ଡିଆ, ବାଜରା ଭଳି ଶସ୍ୟ ଲୋକେ ଆପଣେଇ ଅଧିକରୁ ଅଧିକ ଚାଷ କରିବା ଓ ଖାଇବା ପାଇଁ କରାଯିବା ସଚେତନ । ଅଧିକ ପଢନ୍ତୁ

ପୁଷ୍ଟିଶସ୍ୟ ସଚେତନତା ରଥର ଶୁଭାରମ୍ଭ
ପୁଷ୍ଟିଶସ୍ୟ ସଚେତନତା ରଥର ଶୁଭାରମ୍ଭ

By ETV Bharat Odisha Team

Published : Oct 3, 2023, 9:54 PM IST

ପୁଷ୍ଟିଶସ୍ୟ ସଚେତନତା ରଥର ଶୁଭାରମ୍ଭ

ଝାରସୁଗୁଡା: ଝାରସୁଗୁଡାରେ ପୁଷ୍ଟିଶସ୍ୟ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ ପତାକା ଦେଖାଇ ମିଲେଟ୍ ସଚେତନତା ରଥର ଶୁଭ ଉଦଘାଟନ କରିଛନ୍ତି । ମାଣ୍ଡିଆ, କୋଦୋ, ଗୁର୍ଜି, କାଙ୍ଗୁ, ବାଜରା ଆଦି କ୍ଷୁଦ୍ର ଶସ୍ୟରେ ପ୍ରଚୁର ଶରୀର ଉପକାରୀ ଗୁଣ ରହିଛି । ଅଧୁନା ସମାଜରେ କ୍ଷୁଦ୍ର ଶସ୍ୟର ଚାହିଦା ହ୍ରାସ ପାଉଥିବାରୁ ଏହାକୁ ପୁନଃ ଖାଦ୍ୟଥାଳିକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଶା ମିଲେଟ୍‌ ମିଶନ ଜରିଆରେ ପ୍ରୟାସ ଆରମ୍ଭ କରାଯାଇଛି ।

ଓଡିଶା ମିଲେଟ୍‌ ମିଶନ ପକ୍ଷରୁ ଆୟୋଜିତ ଏହି ସଚେତନତା ରଥ ଜିଲ୍ଲାର 5ଟି ଯାକ ବ୍ଲକରେ ଚାରି ଦିନ ଧରି ପ୍ରଚାର କରିବ । ପାଞ୍ଚଟି ଯାକ ରଥ ବ୍ଲକର ସମସ୍ତ ଗ୍ରାମାଞ୍ଚଳ ବୁଲି ମିଲେଟ ଚାଷ, ମିଲେଟର ଉପକାରିତା ଓ ଅନ୍ତର୍ଜାତୀୟ ମିଲେଟ ବର୍ଷ 2023 ସମ୍ପର୍କରେ ସଚେତନତା ସୃଷ୍ଟି କରିବ । ତେଣୁ କୃଷକମାନେ ଏହି ଚାଷକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ଓ ବହୁଳ ପରିମାଣରେ ଚାଷ କଲେ ସେମାନେ ଆର୍ଥିକ ଦୃଷ୍ଟି କୋଣରୁ ସଶକ୍ତ ହୋଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

ସିଡିଏ ବଳଦେବ ମହାପାତ୍ର କହିଛନ୍ତି, "ଝାରସୁଗୁଡା ଜିଲ୍ଲାର ୫ଟି ବ୍ଳକର ପ୍ରତି ପଞ୍ଚାୟତ ବୁଲି ବୁଲି ଲୋକଙ୍କୁ ମିଲେଟ ବିଷୟରେ ସଚେତନ କରାଇବ ରଥ । ମାଣ୍ଡିଆ, ବାଜରା ଭଳି ଶସ୍ୟ ଲୋକେ ଆପଣାଇ ଅଧିକରୁ ଅଧିକ ଚାଷ କରିବା ଓ ଖାଇବା ପାଇଁ କରାଯିବା ସଚେତନ । ମିଲେଟ୍‌ ଶରୀର ଏକ ଆବଶ୍ୟକୀୟ ଏବଂ ଉପଯୁକ୍ତ ପୋଷଣ । ମିଲେଟ୍‌ ପରି କୋଦୋ, ଗୁର୍ଜି, କାଙ୍ଗୁ, ବାଜରା ଆଦି କ୍ଷୁଦ୍ର ଶସ୍ୟରେ ପ୍ରଚୁର ଶରୀର ଉପକାରୀ ଗୁଣ ରହିଛି । ତେଣୁ ଏହାର ଉପକରିତାକୁ ବୁଝାଇବା ସହ ଚାଷ କରିବା ପାଇଁ ଏହି ରଥ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ ।

ଏହା ମଧ୍ୟ ପଢନ୍ତୁ..ମିଲେଟ ମ୍ୟାଜିକ, ଲୋକଙ୍କୁ ଟାଣୁଛି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ଖାଦ୍ୟ

ଏହି ଅବସରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବଳଦେବ ମହାପାତ୍ର, ଓଡ଼ିଶା ମିଲେଟ୍‌ ମିଶନ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଟିକେଶ୍ୱର ବେହେରା, ସନ୍ଦୀପ ମଣ୍ଡଳ, ସ୍ୱର୍ଣ୍ଣଲତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଲଇକେରା, କୋଲାବିରା, ଝାରସୁଗୁଡ଼ା, କିର୍ମିରା ଓ ଲଖନପୁର ବ୍ଲକର ମାଣ୍ଡିଆ ରଥ ସହିତ ଏଥିରେ ସେବା, ସେବକ, ଓ ଅନ୍ୟ କୃଷି ପଦାଧିକାରୀ ମଧ୍ୟ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details