ଓଡିଶା

odisha

ETV Bharat / state

'ଅପରାଧ ଛାଡି ମୁଖ୍ୟ ସ୍ରୋତକୁ ଆସ, ନଚେତ ଏରିଆ ଛାଡ' - ବ୍ରଜରାଜନଗର ଗୁଳିକାଣ୍ଡ ଘଟଣା

ଗ୍ୟାଙ୍ଗୱାର ସେମାନେ ଆରମ୍ଭ କରିଛନ୍ତି ଆମେ ଶେଷ କରିବୁ। ଏମିତି ଢଙ୍ଗରେ ଚେତାବନୀ ଦେଇଛନ୍ତି ଉତ୍ତରାଞ୍ଚଳ ଡ଼ିଆଇଜି ହିମାଂଶୁ ଲାଲ୍। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ପ୍ରତିନିଧି, ଝାରସୁଗୁଡା

By

Published : Nov 6, 2019, 6:02 PM IST

ଝାରସୁଗୁଡା: ଅପରାଧୀଙ୍କୁ ସାବାଡ କରାଯିବ। ପୋଲିସ ଚ୍ୟାଲେଞ୍ଜ ଗ୍ରହଣ କରୁଛି। ଗ୍ୟାଙ୍ଗୱାର ସେମାନେ ଆରମ୍ଭ କରିଛନ୍ତି ଆମେ ଶେଷ କରିବୁ। ଏମିତି ଢଙ୍ଗରେ ଚେତାବନୀ ଦେଇଛନ୍ତି ଉତ୍ତରାଞ୍ଚଳ ଡ଼ିଆଇଜି ହିମାଂଶୁ ଲାଲ। ଝାଟସୁଗୁଡା ଏସପିଙ୍କ କାର୍ଯ୍ୟାଳୟରେ ବ୍ରଜରାଜନଗର ଗୁଳିକାଣ୍ଡ ଘଟଣାକୁ ଆୟୋଜିତ ହୋଇଥିବା ପ୍ରେସମିଟରେ ଏହା କହିଛନ୍ତି ସେ।

ଝାରସୁଗୁଡାରେ ହୋଇଥିବା ଗ୍ୟାଙ୍ଗୱାରକୁ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ସେମାନେ ଆରମ୍ଭ କରିଛନ୍ତି ଆମେ ଶେଷ କରିବୁ। ଅପରାଧ ଛାଡି ସମାଜର ମୁଖ୍ୟସ୍ରୋତକୁ ଫେରି ଆସ, ନଚେତ ଏରିଆ ଛାଡ। ପୋଲିସ ବିଭାଗ 'ମୋ ସରକାର' କାର୍ଯ୍ୟକ୍ରମରେ 5T ମାଧ୍ୟମରେ ଅପରାଧୀଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବା ନେଇ ଜଣାଇ ଦେଇଛନ୍ତି ଉତ୍ତରାଞ୍ଚଳ ଡିଆଇଜି।

ବ୍ରଜରାଜନଗର ମଣ୍ଟୁ ଘୋଷ ଗୁଳିକାଣ୍ଡ ଘଟଣାରେ ଝାରସୁଗୁଡା ପୋଲିସକୁ ବଡ଼ ସଫଳତା ମିଳିଛି। ଏ ଘଟଣା ପରେ ପୋଲିସ ବ୍ରଜରାଜନଗରକୁ ଚାରିଆଡେ ସିଲ କରିଦେଇଥିବା ବେଳେ ଅଭିଯୁକ୍ତ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ମଧୁପୁର ଜଙ୍ଗଲ ନିକଟରେ ପୋଲିସ ସହିତ ମୁଁହାମୁହିଁ ହୋଇଥିଲେ।

ପୋଲିସ ଉପରକୁ ଅଭିଯୁକ୍ତ ଫାୟାରିଂ କରିଥିଲେ । ଏଥିରେ ଜଣେ ପୋଲିସ ଅଧିକାରୀ ଆହତ ହୋଇଥିଲେ। ଅନ୍ୟପଟେ ପୋଲିସ ପାଲଟା ଗୁଳି ଚାଳନା କରିବାରୁ ଅଭିଯୁକ୍ତ ମଧ୍ୟ ଆହତ ହୋଇଥିବା ଖବର ମିଳିଛି।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଝାରସୁଗୁଡା

ଆହତ ଅଭିଯୁକ୍ତକୁ ଚିକିତ୍ସା ପାଇଁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଘଟଣା ପଛରେ ଚାରି ଜଣ ସାମିଲ ଥିବା ବେଳେ ସମସ୍ତଙ୍କୁ ଗିରଫ କରାଯାଇଛି।

ଚାରି ଅଭିଯୁକ୍ତ ହେଲେ ଅନନ୍ତ ଧଳ, ଶୈଳେନ୍ଦ୍ର ପାତ୍ର, ନିକି ସିଂ, ରଫିକ ଅନସାରୀ । ଗତକାଲି ରାତିରେ ଖସି ପଲାଉଥିବା ବେଳେ ରାଜପୁର ନିକଟସ୍ଥ ମଧୁପୁର ଜଙ୍ଗଲରେ ପୋଲିସ ସହ ମୁଁହାମୁହିଁ ହୋଇଥିଲେ । ଏଥିରେ ଗାନ୍ଧୀ ଛକ ଫାଣ୍ଡି ଅଧିକାରୀ ଚୁଡାମଣି ମହାନନ୍ଦ ମଧ୍ୟ ଆହତ ହୋଇଛନ୍ତି।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details