ଓଡିଶା

odisha

ETV Bharat / state

ଫୁଲ ତୋଳିବାକୁ ଯାଇ ଭାଲୁ ହାବୁଡରେ ମା’-ଝିଅ

ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌରାଞ୍ଚଳ ଜୁନାଡିହି କଲେଜ ପଡାରେ ମା, ଝିଅଙ୍କୁ ଆକ୍ରମଣ କରିଛି ଭାଲୁ ।

By

Published : May 20, 2019, 11:52 AM IST

Updated : May 20, 2019, 1:05 PM IST

ଫଟୋ ସୌଜନ୍ୟ ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡ଼ା: ଭାଲୁ ଆକ୍ରମଣରେ ମା, ଝିଅ ଗୁରୁତର । ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌରାଞ୍ଚଳ ଜୁନାଡିହି କଲେଜ ପଡାରେ ଏହି ଘଟଣା ଘଟିଛି । ଏଥିରେ ଅନିତା ମେହେର ଓ 16ବର୍ଷ ଝିଅ ରଶ୍ମି ମେହେର ଗୁରୁତର ହୋଇଛନ୍ତି । ସେମାନଙ୍କୁ ଲହୁ ଲୁହାଣ ଅବସ୍ଥାରେ ଟିଆରଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଆଜି ଭୋରରୁ ମା ଝିଅ ଫୁଲ ତୋଳିବାକୁ ଯାଇଥିବାବେଳେ ଏକ ବଣୁଆ ଭାଲୁ ଆକ୍ରମଣ କରିଥିଲା । ବହୁ କଷ୍ଟରେ ଗ୍ରାମବାସୀ ମା ଓ ଝିଅଙ୍କୁ ଭାଲୁ କବଳରୁ ଉଦ୍ଧାର କରିଥିଲେ । ଅନିତା ଓ ଝିଅ ରଶ୍ମୀଙ୍କ ଜଙ୍ଘରେ ଗଭୀର ଆଘାତ ହୋଇଛି। ଅନ୍ୟପଟେ ଘଟଣାସ୍ଥଳକୁ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : May 20, 2019, 1:05 PM IST

ABOUT THE AUTHOR

...view details