ଓଡିଶା

odisha

ETV Bharat / state

ଚାମ୍ୱର ଭିତରେ ମ୍ୟାନେଜରଙ୍କ ଆତ୍ମହତ୍ୟା !

ମହାନଦୀ କୋଲ ଫିଲ୍ଡ(ଏମସିଏଲ)ର ଇବ ଭ୍ୟାଲି କୋଇଲା ଖଣି କ୍ଷେତ୍ରର ସିଭିଲ ବିଭାଗର ମୂଖ୍ୟ ପରିଚାଳକଙ୍କ ମୃତଦେହ ମିଳିଲା ତାଙ୍କ ଚାମ୍ୱରରୁ ।

By

Published : Feb 6, 2019, 6:02 PM IST

ଏମସିଏଲ ମ୍ୟାନେଜର ମୃତ

ଝାରସୁଗୁଡା: ନିଜ କାର୍ଯ୍ୟାଳୟରୁ ମିଳିଲା ମହାନଦୀ କୋଲ ଫିଲ୍ଡ(ଏମସିଏଲ)ର ଇବ ଭ୍ୟାଲି କୋଇଲା ଖଣି କ୍ଷେତ୍ରର ସିଭିଲ ବିଭାଗର ମୂଖ୍ୟ ପରିଚାଳକଙ୍କ ମୃତଦେହ । କୋଇଲା ଖଣିର ପରିଚାଳକ ହେଉଛନ୍ତି କେ. କୁମାର । ଘଟଣାସ୍ଥଳରେ ପୋଲିସ ପହଞ୍ଚି କୁମାରଙ୍କ ମୃତଦେହକୁ ବନ୍ଦ ଚାମ୍ବର ଭିତରୁ ଉଦ୍ଧାର କରିଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
ଉଦ୍ଧାର କରି ପୋଲିସ ସେଣ୍ଟ୍ରାଲ ହସ୍ପିଟାଲକୁ ଆଣିଥିଲେ। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ରଜରାଜନଗର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି କିଭଳି ଭାବରେ ଓ କେଉଁ ପରିସ୍ଥିତିରେ ଜଣେ ନିଜ ଚାମ୍ବରରେ ଆତ୍ମହତ୍ୟା କଲେ ତାହା ତଦନ୍ତ ଆରମ୍ଭ କରିଛି । ତେବେ ମ୍ୟାନେଜରଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details