ଓଡିଶା

odisha

ETV Bharat / state

ବିଭିନ୍ନ ଦାବି ନେଇ ସିଏମସି ଗେଟ ସାମ୍ନାରେ ସ୍ଥାନୀୟ ବାସିନ୍ଦାଙ୍କ ଗଣ ଧାରଣା

ସିଏମସି ଗେଟ ସମ୍ମୁଖରେ ବିଭିନ୍ନ ଦାବିକୁ ନେଇ ସ୍ଥାନୀୟ ବାସିନ୍ଦା ଗଣ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

By

Published : Mar 22, 2021, 5:31 PM IST

ବିଭିନ୍ନ ଦାବି ନେଇ ସିଏମସି ଗେଟ ସାମ୍ନାରେ ସ୍ଥାନୀୟ ବାସିନ୍ଦାଙ୍କ ଗଣ ଧାରଣା
ବିଭିନ୍ନ ଦାବି ନେଇ ସିଏମସି ଗେଟ ସାମ୍ନାରେ ସ୍ଥାନୀୟ ବାସିନ୍ଦାଙ୍କ ଗଣ ଧାରଣା

ଝାରସୁଗୁଡା: ସିଏମସି ଗେଟ ସମ୍ମୁଖରେ ବିଭିନ୍ନ ଦାବିକୁ ନେଇ ସ୍ଥାନୀୟ ଲୋକଙ୍କ ଗଣ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଦୀର୍ଘଦିନ ଧରି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାବିପତ୍ର ଦିଆଯାଇଥିବାବେଳେ କୌଣସି ସୁଫଳ ମିଳୁ ନଥିବାରୁ ଆଜି କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ସ୍ଥାନୀୟ ଜନସାଧାରଣ ଗଣଧାରଣା ଦେଇଛନ୍ତି । ତେବେ ଉକ୍ତ ଧାରଣାକୁ ସମର୍ଥନ କରିଛି ଝାରସୁଗୁଡା ବିଜେପି । ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁଙ୍କ ସମେତ ବିଜେପି ରାଜ୍ୟ ସମ୍ପାଦକ ଏହି ଧାରଣାରେ ଆନ୍ଦୋଳନକାରୀଙ୍କ ସହ ସାମିଲ ହୋଇଛନ୍ତି ।

ବିଭିନ୍ନ ଦାବି ନେଇ ସିଏମସି ଗେଟ ସାମ୍ନାରେ ସ୍ଥାନୀୟ ବାସିନ୍ଦାଙ୍କ ଗଣ ଧାରଣାବିଭିନ୍ନ ଦାବି ନେଇ ସିଏମସି ଗେଟ ସାମ୍ନାରେ ସ୍ଥାନୀୟ ବାସିନ୍ଦାଙ୍କ ଗଣ ଧାରଣା

ସୂଚନାଯୋଗ୍ୟ ହିର୍ମା ଗ୍ରାମପଞ୍ଚାୟତର ଦୀର୍ଘଦିନର ସମସ୍ୟା ଗୁଡିକର ସମାଧାନ ନ ହେଉଥିବାରୁ ଗତବର୍ଷ ନଭେମ୍ବର 24ରେ କମ୍ପାନୀର ଗେଟ ସାମ୍ନାରେ ଧାରଣା ଦିଆଯାଇଥିଲା । ପ୍ରାୟ 2 ଘଣ୍ଟା ଧାରଣା ଦେବା ପରେ କମ୍ପାନୀ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ତତ୍ତ୍ଵାବଧାନରେ ବୁଝାମଣା ହୋଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ଲୋକଙ୍କ ବିଭିନ୍ନ ଦାବି ଗୁଡିକ କମ୍ପାନୀ ସମାଧାନ କରିନଥିବା ଅଭିଯୋଗ ହୋଇଥିଲା । ଶେଷରେ ଝାରସୁଗୁଡା ଉପ-ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ତ୍ରୀପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିବା ପରେ ସମସ୍ୟାର ସମାଧାନ କରିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ସମାଧାନ କରିବାରେ ବିଫଳ ହେବାରୁ ଆଜି ସ୍ଥାନୀୟ ଲୋକ ସିଏମସି ଗେଟ ସାମ୍ନାରେ ଗଣତାନ୍ତ୍ରିକ ଉପାୟରେ ଗଣଧାରଣା ଦେଇଛନ୍ତି । ଅନ୍ୟପଟେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ କମ୍ପାନୀ ପରିସରରେ ଜଣେ ମାଜିଷ୍ଟ୍ରେଟଙ୍କ ସମେତ 1 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details