ଓଡିଶା

odisha

ETV Bharat / state

Brajarajnagar Bypoll: ସମସ୍ତ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ, ମୈଦାନରେ 14 ପ୍ରାର୍ଥୀ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୀତି ସରଗରମ । ବୁଧବାର ନାମାଙ୍କନ ଦାଖଲର ଅନ୍ତିମ ଦିନରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥା ନିଜ ସମର୍ଥଙ୍କ ସହ ଆସି ନାମାଙ୍କନ ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

By

Published : May 12, 2022, 2:18 PM IST

Brajrajnagar By Poll :ଆଜି ସ୍କୁଟିନିରେ ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ କାୟମ
Brajrajnagar By Poll :ଆଜି ସ୍କୁଟିନିରେ ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ କାୟମ

ଝାରସୁଗୁଡା:ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୀତି ସରଗରମ । ବୁଧବାର ନାମାଙ୍କନ ଦାଖଲର ଅନ୍ତିମ ଦିନରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ନିଜ ସମର୍ଥଙ୍କ ସହ ଆସି ନାମାଙ୍କନ ଦାଖଲ କରିଥିଲେ । ମୋଟ ୧୪ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଭରିଥିବାବେଳେ ସମସ୍ତ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ଥିବା ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ସୂଚନା ଦେଇଛନ୍ତି । ଆସନ୍ତା ୧୭ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ନିର୍ବାଚନକୁ ଯେଉଁଭଳି ଭାବରେ ସ୍ବଚ୍ଛ ଓ ଶାନ୍ତି ଶୃଙ୍ଖଳାର ସହିତ ହେବ ।

Brajrajnagar By Poll :ଆଜି ସ୍କୁଟିନିରେ ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ କାୟମ

ସେଥିପାଇଁ ପୋଲିସ ପ୍ରଶାସନ ଠାରୁ ଆରମ୍ଭ କରି ନିର୍ବାଚନ ପରିଚାଳନାରେ ଥିବା ସମସ୍ତ ଅଧିକାରୀ ତତ୍ପର ରହିଥିବା କହିଛନ୍ତି । ମେ ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପଡିବ ଭୋଟ୍‌ । ଜୁନ ୩ ତାରିଖରେ ଭୋଟଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ । ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ବ୍ରଜରାଜନଗର ଆସନ ଫାଙ୍କା ପଡିଛି । ତେଣୁ ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଉପନିର୍ବାଚନ ପାଇଁ ତାରଖ ଘୋଷଣା ପରେ ଏବେ ୩ ପ୍ରମୁଖ ରାଜନୈତିକ ଦଳ ଆସନ ହାତେଇବାକୁ କସରତ ଆରମ୍ଭ କଲେଣି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ABOUT THE AUTHOR

...view details