ଝାରସୁଗୁଡା:ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ଓ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାକୁ ନେଇ ତେଜୁଛି ରାଜନୀତି । ଏହି ଘଟଣାର ପର୍ଦ୍ଦାଫାସ କରିବାକୁ ଅଡି ବସିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ଯାହାକୁ ନେଇ ଅନେକ ସମୟରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି ଉଭୟ ଦଳ । ଆଜି ଝାରସୁଗୁଡ଼ା ଜିଲ୍ଲାରେ ବିଜେପି ପକ୍ଷରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଓ ଅର୍ଚ୍ଚନା ନାଗ କେଲେଙ୍କାରୀରେ ସମ୍ପୃକ୍ତ ବିଜେଡି ନେତାଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ସହ ସିବିଆଇ ତଦନ୍ତ ଓ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣି ନିରପେକ୍ଷ ତଦନ୍ତ ଦାବି କରିଛି ବିଜେପି ।
ଖାଲି ଏତିକି ନୁହଁ ଯେଉଁ ମାନେ ଏହି କେଳେଙ୍କାରୀରେ ସାମିଲ ଅଛନ୍ତି ସେମାନଙ୍କୁ ସରକାର ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଥିବା ଜିଲ୍ଲା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ତେବେ ବିଜେଡିର ବିଧାୟକ, ମନ୍ତ୍ରୀ ଓ ନେତାମାନଙ୍କୁ ଶୀଘ୍ର ଗିରଫ କରାଯାଉ ବୋଲି ଜିଲ୍ଲା ବିଜେପି ପକ୍ଷରୁ ଦାବି ହୋଇଛି । ଏନେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠି କହିଛନ୍ତି, ଧର୍ମେନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣାରେ ଯେଉଁ ମୋବାଇଲ ରେକଡିଂ ସାମ୍ନାକୁ ଆସିଥିଲା ଏଥିରେ ସିଧାସଳଖ ନିମାପଡାର ବିଧାୟକ ତଥା ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତି ରହିଥିବା ଜଣାପଡିଥିଲା । ତେଣୁ ଆମେ ଦାବି କରୁଛୁ ତୁରନ୍ତ ମନ୍ତ୍ରୀ ସମୀର ଦାଶଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରାଯାଉ ଓ ତାଙ୍କୁ ଗିରଫ କରାଯାଉ । ଏଥି ସହ ଅର୍ଚ୍ଚନାଗ ହନିଟ୍ରାପ ମାମଲାରେ ଯେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେହି ନେତାଙ୍କର ଫଟୋ ଭାଇରାଲ ହେଉଛି, କିନ୍ତୁ ଏହାରି ଭିତରେ ଆହୁରି କେତେ ଜଣ ଅଛନ୍ତି ବୋଧହୁଏ ରାଜ୍ୟ ସରକାରଙ୍କର ୮୦ ଭାଗ ମନ୍ତ୍ରୀ ଏଥିରେ ସମ୍ପୃକ୍ତ ଅଛନ୍ତି, ତେଣୁ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଉ ।''
ଏହା ମଧ୍ୟ ପଢନ୍ତୁ:ତାତିଲା ବିଜେପି ମହିଳା ମୋର୍ଚ୍ଚା, କୋକେଇ ଶୋଭାଯାତ୍ରାରେ ନବୀନ ନିବାସ ମୁହାଁ କର୍ମକର୍ତ୍ତା