ଓଡିଶା

odisha

ETV Bharat / state

‘ଝାରସୁଗୁଡାର ସବୁ ସମସ୍ୟା ଦୂର ହେବ’

ଝାରସୁଗୁଡାରେ ବିଜେପି ପକ୍ଷରୁ ବରଗଡ ସାଂସଦ ସୁରେଶ ପୂଜାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ତେବେ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ବରୋପ କରି ସମାଧାନ କରିବାକୁ ଆହ୍ବାନ ଦେଇଛନ୍ତି ସୁରେଶ ପୂଜାରୀ ।

By

Published : Jun 5, 2019, 6:33 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ରାଜ୍ୟ ରାଜସ୍ବର ଖଣି ଝାରସୁଗୁଡାକୁ ମାଡି ବସିଛି ସମସ୍ୟାର ପାହାଡ । ଏଥିଲାଗି ଚିନ୍ତାରେ ବରଗଡ଼ ସାଂସଦ ସୁରେଶ ପୂଜାରୀ । ବିଜେପି ପକ୍ଷରୁ ଆୟୋଜିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଝାରସୁଗୁଡା


ଚାଷୀ, ମତ୍ସ୍ୟଜୀବୀଙ୍କ ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଓ ନିଯୁକ୍ତି ପ୍ରତିଟି କ୍ଷେତ୍ରରେ ଗୁରୁତ୍ବରୋପ କରିଛନ୍ତି ସୁରେଶ ପୂଜାରୀ । ଏଥିସହ ଶିଳ୍ପାନୁଷ୍ଠାନର ବେପାରୁଆ ମନୋଭାବ ଯୋଗୁଁ ହେଉଥିବା ପ୍ରଦୂଷଣ ନିୟନ୍ତ୍ରଣ ପ୍ରମୁଖ ଲକ୍ଷ୍ୟ ବୋଲି କହିଛନ୍ତି ସୁରେଶ ।


ଏହି ସଭାରେ ଝାରସୁଗୁଡ଼ା ଜିଲ୍ଲାର ବିଜେପି କାର୍ଯ୍ୟକର୍ତ୍ତା ଓ ବିଭିନ୍ନ ସଙ୍ଗଠନର ସଦସ୍ୟ ଉପସ୍ଥିତ ରହିଥିଲେ । ବରଗଡ଼ ସାଂସଦ ସୁରେଶ ପୂଜାରୀ ସଭାରେ ଉପସ୍ଥିତ ଲୋକଙ୍କୁ ଉଦବୋଧନ ଦେବାସହ ଆଗାମୀ ଦିନରେ ସମସ୍ତେ ମିଳିମିଶି ବରଗଡ଼ ସହ ଝାରସୁଗୁଡ଼ା ଉନ୍ନତି ପାଇଁ ପଦକ୍ଷେପ ନେବାକୁ ଆହ୍ବାନ ଦେଇଥିଲେ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details