ଓଡିଶା

odisha

ପୁନଃନିଯୁକ୍ତି ଦାବିରେ ଆହାର କର୍ମଚାରୀଙ୍କ ରିଲେ ଅନଶନ

ଲକଡାଉନ ପୂର୍ବରୁ ଆହାର କେନ୍ଦ୍ରରେ କାମ କରୁଥିବା କର୍ମଚାରୀମାନଙ୍କୁ ବିନା ନୋଟିସରେ ଛଟେଇ କରାଯାଇଛି । ଏହାକୁ ବିରୋଧ କରି କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

By

Published : Nov 20, 2020, 5:41 PM IST

Published : Nov 20, 2020, 5:41 PM IST

Jharsuguda Aahar center workers strike for re-employment
ପୁନଃ ନିଯୁକ୍ତି ଦାବିରେ ଆହାର କର୍ମଚାରୀଙ୍କ ରିଲେ ଅନଶନ

ଝାରସୁଗୁଡା: ଜିଲ୍ଲାରେ ଲକଡାଉନ ପୂର୍ବରୁ ଆହାର କେନ୍ଦ୍ରରେ କାମ କରୁଥିବା କର୍ମଚାରୀମାନଙ୍କୁ ଛଟେଇ କରାଯାଇଛି । ଏହାକୁ ଆହାର କେନ୍ଦ୍ରର କର୍ମଚାରୀମାନେ ବିରୋଧ କରି ପୁନଃନିଯୁକ୍ତି ଦାବିରେ ଗତ ବୁଧବାର ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

ପୁନଃ ନିଯୁକ୍ତି ଦାବିରେ ଆହାର କର୍ମଚାରୀଙ୍କ ରିଲେ ଅନଶନ

କୋଭିଡ଼ କଟକଣା ଯୋଗୁଁ ଲକଡାଉନ ପରେ ପୁନର୍ବାର ଆହାର କେନ୍ଦ୍ର ଖୋଲାଯାଇଛି କିନ୍ତୁ ପୂର୍ବରୁ କାମ କରୁଥିବା କର୍ମଚାରୀମାନଙ୍କୁ ଚାକିରିରୁ ବାହାର କରାଯାଇ ଏହାର ପରିଚାଳନା ଦାୟିତ୍ୱ ଏସଏଚଜି ଗ୍ରୁପ ହାତରେ ନ୍ୟସ୍ତ କରାଯାଇଛି । ଏହାକୁ ନେଇ କର୍ମଚାରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

ତେବେ ଏହାକୁ ପ୍ରତିବାଦ କରି ଗତ ତିନିଦିନ ଧରି ଆହାର କେନ୍ଦ୍ରର ଛଟେଇ କର୍ମଚାରୀମାନେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ରିଲେ ଅନଶନ କରୁଛନ୍ତି । ଆହାର କେନ୍ଦ୍ର ପୁନଃ ଖୋଲିବା ପରେ ତାଙ୍କୁ ପୂର୍ବରୁ କୌଣସି ସୂଚନା ନ ଦେଇ ହଠାତ ଚାକିରିରୁ ବାହାର କରି ଦିଆଯିବା ସହିତ ପରିଚାଳନା ଦାୟିତ୍ୱକୁ ଏସଏଚଜି ଗ୍ରୁପକୁ ଦିଆଯାଇ ତାଙ୍କ ପ୍ରତି ଅନ୍ୟାୟ କରାଯାଇଛି । ତେଣୁ ଛଟେଇ କର୍ମଚାରୀମାନଙ୍କୁ ସରକାର ଥାଇଥାନ କରି ପୁନଃ ନିଯୁକ୍ତି ପ୍ରଦାନ କରନ୍ତୁ ବୋଲି କର୍ମଚାରୀମାନେ ଦାବି କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details