ଓଡିଶା

odisha

ETV Bharat / state

‘ଘରେ ଘରେ ପହଞ୍ଚିବ ବିଜେଡି ସରକାରଙ୍କ ଜନ କଲ୍ୟାଣ ଯୋଜନା’

ତାଲପଟିଆ ଠାରେ ଝାରସୁଗୁଡ଼ା ଜିଲ୍ଲା ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ । ଜନସମ୍ପର୍କ ପଦଯାତ୍ରା ଉଦଘାଟନ କଲେ ଝାରସୁଗୁଡା ବିଧାୟିକା ଦୀପାଳି ଦାସ । ଅଧିକ ପଢନ୍ତୁ

ଝାରସୁଗୁଡ଼ା ଜିଲ୍ଲା ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା
ଝାରସୁଗୁଡ଼ା ଜିଲ୍ଲା ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା

By ETV Bharat Odisha Team

Published : Oct 7, 2023, 9:54 PM IST

ଝାରସୁଗୁଡ଼ା ଜିଲ୍ଲା ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା

ଝାରସୁଗୁଡା: ତାଲପଟିଆ ଠାରେ ଝାରସୁଗୁଡ଼ା ଜିଲ୍ଲା ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଝାରସୁଗୁଡା ବିଧାୟିକା ଦୀପାଳି ଦାସ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସାରା ରାଜ୍ୟରେ ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଆଜି ତାଲପଟିଆ ଛକଠାରୁ ଆରମ୍ଭ ହୋଇ ଗାଁ ପରିକ୍ରମା କରିଥିଲା । ପରେ ତାଲପଟିଆ ଗାଁ ମଝିରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବହୁ କାର୍ଯ୍ୟକ୍ରମ ସାଙ୍ଗକୁ ବିକାଶକୁ ଶୀର୍ଷକୁ ନେବାକୁ ଦଳୀୟ ନେତା ଓ କର୍ମୀମାନେ ସଂକଳ୍ପ ନେବା ସହିତ ଘରେ ଘରେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା ।

ଯେଉଁଭଳି ମୁଖ୍ୟମନ୍ତ୍ରୀଙ୍କ ବହୁମୁଖୀ ଯୋଜନା ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା, ଗାଁକୁ କାମ ମାଙ୍କୁ ସମ୍ମାନ ଭଳି ବର୍ତ୍ତା ବିଧାୟିକା ଦୀପାଳି ଦାସ ଦେଇଥିଲେ । ଏହି ଜନସମ୍ପର୍କ ପଦଯାତ୍ରା ଓଡ଼ିଶାର ସମସ୍ତ ଜିଲ୍ଲା ଓ ବ୍ଲକ ଅନ୍ତର୍ଗତ ପ୍ରତି ଗ୍ରାମ ପଞ୍ଚାୟତର ଘରଘର ଯାଇ ସରକାରଙ୍କ ଉପଲବ୍ଧି ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ସହିତ ଓଡ଼ିଶାରେ ହେବାକୁ ଯାଉଥିବା ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ସବିଶେଷ ବିବରଣୀ ଦେଇଛି ଦଳ । ଏହି ପଦଯାତ୍ରାରେ ବିଜେଡି ସଭାପତି ରବି ସିଂହ, ଝାରସୁଗୁଡ଼ା ବିଧାୟିକା ଦିପାଳୀ ଦାସଙ୍କ ସମେତ ଅନ୍ୟ ବିଜେଡି କର୍ମୀ ଓ ଶତାଧିକ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ...କଟକରେ ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ

ଝାରସୁଗୁଡ଼ା ବିଧାୟିକା ସୁଶ୍ରୀ ଦୀପାଳି ଦାସ କହିଛନ୍ତି ,‘‘ବିଗତ ୨୦ ବର୍ଷ ଶାସନ ମଧ୍ୟରେ ବିଭିନ୍ନ ଯୋଜନା ମାଧ୍ୟମରେ ଓଡିଶା ଜନସାଧାରଣଙ୍କ ସୁବିଧା ପାଇଁ କାମ କରି ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି, ସାମାଜିକ ସୁରକ୍ଷା ଓ ଖାଦ୍ୟ ନିରାପତ୍ତାରେ ଓଡିଶାର ସମୃଦ୍ଧ ସ୍ଥିତି, ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାରଙ୍କ ପ୍ରାଥମିକତା ଦେଇ ଆସିଛନ୍ତି । ଏହାସହ ପ୍ରାକୃତିକ ବିପର୍ଯୟୟରେ ସଠିକ୍ ସଞ୍ଚାଳନ ପାଇଁ ଓଡିଶା ବିଶ୍ବ ଦରବାରରେ ନିଜର ନାଁ କରିଛି । ଓଡିଶା ସରକାର ନିଜର ସ୍ଥିତି ମଜବୁତ୍ ରଖିବାରେ ସଫଳ ହୋଇଛି ଓ ଆଗକୁ ମଧ୍ୟ ଉନ୍ନତିମୂଳକ କାର୍ଯ୍ୟରେ ଲୋକଙ୍କ କଲ୍ୟାଣକୁ ପ୍ରଥମିକତା ଦେବ ସରକାର । ରାଜ୍ୟ ଓ ରାଜ୍ୟବାସୀଙ୍କ ଉନ୍ନତିସାଧି ଓଡିଶାକୁ ପ୍ରଭାବଶାଳୀ ରାଜ୍ୟ ଭାବେ ଗଢିବାରେ ସଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ଆସ୍ଥା ଓ ବିଶ୍ବାସ ସଦା ସର୍ବଦା ତାଙ୍କ ସହ ରହିବ ।’’

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details