ଓଡିଶା

odisha

ETV Bharat / state

ତତଲା କଢେଇରେ ଛଟପଟ ଝାରସୁଗୁଡା: ନାହିଁ ଜଳଛତ୍ର ବ୍ୟବସ୍ଥା, ଆଉଟୁପାଉଟୁ ସ୍ଥାନୀୟ ବାସିନ୍ଦା

ଝାରସୁଗୁଡା ଜିଲ୍ଲାରେ ଅନୁଭୂତ ହେଲାଣି ଗ୍ରୀଷ୍ମର ପ୍ରକୋପ । ଗତ କିଛିଦିନ ହେଲାଣି ତାପମାତ୍ରା ପ୍ରାୟ ୪୦ ଡିଗ୍ରୀ ରହୁଥିବାବେଳେ ଦିନକୁ ଦିନ ଏହା ବଢିବଢି ଚାଲିଛି । ଅଧିକ ପଢନ୍ତୁ

By

Published : Apr 4, 2022, 3:36 PM IST

ଝାରସୁଗୁଡ଼ାରେ ଅସମ୍ଭାଳ ତାତି: ଉପର ମୁହାଁ ପାରଦ
ଝାରସୁଗୁଡ଼ାରେ ଅସମ୍ଭାଳ ତାତି: ଉପର ମୁହାଁ ପାରଦ

ଝାରସୁଗୁଡା :ଜିଲ୍ଲାରେ ଅନୁଭୂତ ହେଲାଣି ଗ୍ରୀଷ୍ମର ପ୍ରକୋପ । ଗତ କିଛିଦିନ ହେଲାଣି ତାପମାତ୍ରା ପ୍ରାୟ ୪୦ ଡିଗ୍ରୀ ରହୁଥିବାବେଳେ ଦିନକୁ ଦିନ ଏହା ବଢିବଢି ଚାଲିଛି । ଦିନ ୯ ଟାରୁ ସୂର୍ଯ୍ୟର ପ୍ରକୋପ ବଢିବା ସହ ମୁଣ୍ଡ ଫଟା ଖରା ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଛି । ଶିଳ୍ପ ଓ ଖଣି ଖାଦାନ ଭରା ଝାରସୁଗୁଡା ଜିଲ୍ଲା ସବୁବେଳେ ରାଜ୍ୟର ଉତ୍ତପ୍ତ ଜିଲ୍ଲା ମଧ୍ୟରେ ରହିଥାଏ ।

ଝାରସୁଗୁଡ଼ାରେ ଅସମ୍ଭାଳ ତାତି: ଉପର ମୁହାଁ ପାରଦ

ମାର୍ଚ୍ଚ ମାସ ଆରମ୍ଭରୁ ଏଠାରେ ଖରାର ପ୍ରକୋପ ଦେଖାଦେଲାଣି । ସେପଟେ ଜିଲ୍ଲା ପ୍ରସାଶନ ପକ୍ଷରୁ ଖରା ଦାଉରୁ ଲୋକଙ୍କୁ ରକ୍ଷା କରିବା ପାଇଁ କୌଣସି ଆନୁସାଙ୍ଗିକ ବ୍ୟବସ୍ଥା ଏପର୍ଯ୍ୟନ୍ତ କରାଯାଇ ନାହିଁ । ବସ ଷ୍ଟାଣ୍ଡରେ ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ଥା ନ ଥିବାବେଳେ ଜିଲ୍ଲାର କୌଣସି ସ୍ଥାନରେ ଜଳ ଛତ୍ର ମଧ୍ୟ ଏପର୍ଯ୍ୟନ୍ତ ଖୋଲି ନାହିଁ ।

ଯାହାଫଳରେ ଯାତ୍ରୀମାନେ ପାଣି ମୁନ୍ଦେ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଖୁବଶୀଘ୍ର ବସ ଷ୍ଟାଣ୍ଡରେ ସ୍ୱଚ୍ଛ ଏବଂ ସୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିବା ସହ ଜିଲ୍ଲାରେ ଜଳ ଛତ୍ର ଆରମ୍ଭ କରାଯାଉ ବୋଲି ଲୋକେ ଦାବି କରିଛନ୍ତି । ଅନ୍ୟପଟେ ଖରା ଦାଉରୁ ରକ୍ଷା ପାଇଁ ଲସି, ଆଖୁ ରସ, ତରଭୁଜ ଆଦି ଦୋକାନରେ ଲୋକଙ୍କ ଭିଡ ବେଶ ଦେଖିବାକୁ ମିଳୁଛି ।

ତେବେ ଏପ୍ରିଲ ମାସ ପ୍ରଥମ ସପ୍ତାହରୁ ଜଳ ଗହଳିପୂର୍ଣ୍ଣ ସ୍ଥାନ ଓ ବିଭିନ୍ନ ଛକରେ ଜଳଛତ୍ରର ଆରମ୍ଭ କରାଯିବା ସହ ବସ ଷ୍ଟାଣ୍ଡରେ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯିବ । ଏନେଇ ବିଡିଓ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ସେହିପରି ଜିଲ୍ଲାର ୧୬ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ୬ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସଦରମହକୁମା ହସ୍ପିଟାଲରେ ହିଟ୍ ଷ୍ଟ୍ରୋକ ରୁମର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।



ଝାରସୁଗୁଡ଼ାରୁ ଗୁରୁଚରଣ ବାଘ,ଇଟିଭି ଭାରତ

ABOUT THE AUTHOR

...view details