ଓଡିଶା

odisha

Naba Das Murder Case: ଧରାପଡିବ ଗୋପାଳର ସତ, ଶୁକ୍ରବାର ହେବ ନାର୍କୋ ଟେଷ୍ଟ

By

Published : Feb 9, 2023, 9:43 AM IST

Updated : Feb 9, 2023, 10:41 AM IST

ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି । ବୁଧବାର ଗୋପାଳକୁ ନାର୍କୋ ଟେଷ୍ଟ ପାଇଁ ଗୁଜୁରାଟ ନିଆ ଯାଇଥିବା ବେଳେ ଶୁକ୍ରବାର ଟେଷ୍ଟ ହେବା ନେଇ ସୂଚନା ରହିଛି । ଅଧିକ ପଢନ୍ତୁ

Naba Das Murder Case
Naba Das Murder Case

ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିବା ଘଟଣା । ଇତି ମଧ୍ୟରେ ୧୨ ଦିନ ବିତିଯାଇଥିଲେ ସୁଦ୍ଧା ରହସ୍ୟ ଉପରୁ ହଟିପାରୁନି ପରଦା । ଅଭିଯୁକ୍ତ ଗୋପାଳ ଗୁଳି କରିଥିବା ନେଇ ସ୍ବୀକାର କରିଥିବା ବେଳେ ପ୍ରକୃତ କାରଣ ଏ ଯାଏଁ ସ୍ପଷ୍ଟ ହୋଇପାରି ନାହିଁ । ତେଣୁ ବୁଧବାର କ୍ରାଇମବ୍ରାଞ୍ଚ ଟିମ ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଗୋପାଳକୁ ଗୁଜୁରାଟ ନେଇଛି । ସେଠାରେ କିଭଳି ଗୋପାଳ ମୁହଁରୁ ସତ ବାହାର କରାଯାଉଛି, ତାହାରି ଉପରେ ରାଜ୍ୟବାସୀଙ୍କ ନଜର ରହିଛି ।

ଏହା ମଧ୍ୟ ପଢନ୍ତୁ: ଗୁଜୁରାଟରେ ସତ ଓଗାଳିବ ଗୋପାଳ ! ଝାରସୁଗୁଡ଼ା ବିମାନବନ୍ଦରରେ ହସିଲା ଅଭିଯୁକ୍ତ

ଗୋପାଳଙ୍କୁ ମାରାଥନ ଜେରା ସତ୍ତ୍ବେ କୌଣସି ସୁଫଳ ମିଳୁନଥିବା ନେଇ ଜଣାପଡିଛି । ମାମଲାକୁ ନେଇ ସନ୍ଦେହ ବଢୁଥିବା ବେଳେ ଗୋପାଳଙ୍କ ନାର୍କୋ ଏବଂ ପଲିଗ୍ରାଫ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଅନୁମତି ମାଗିଥିବା ବେଳେ ସବୁଜ ସଙ୍କେତ ଦେଇଥିଲେ ଝାରସୁଗୁଡା ଜେଏମଏଫସି କୋର୍ଟ । ଗୋପାଳ ମଧ୍ୟ ଏହି ଟେଷ୍ଟ କରିବା ପାଇଁ ସହମତି ପ୍ରକାଶ କରିବାରୁ କୋର୍ଟ ଆସନ୍ତା ୧୩ ତାରିଖ ଯାଏଁ ରିମାଣ୍ଡ ପ୍ରଦାନ କରିଛନ୍ତି ।

ହତ୍ୟା ମାମଲାର ଭାର କ୍ରାଇମବ୍ରାଞ୍ଚ ନେବା ପରେ ଅଦ୍ୟାବଧି ଗୋପାଳକୁ ୩ ଥର ରିମାଣ୍ଡରେ ଅଣାଯାଇଛି । ଗତ ୨୯ ତାରିଖ ମଧ୍ୟାହ୍ନରେ ନବ ଦାସଙ୍କ ହତ୍ୟା କରାଯାଇଥିବା ବେଳେ କ୍ରାଇମବାଞ୍ଚ ଟିମ ୧ ତାରିଖରେ ଗୋପାଳକୁ ପ୍ରଥମେ ୪ ଦିନିଆ ରିମାଣ୍ଡରେ ନେଇଥିଲା । ଏହାପରେ ଗତ ୫ ତାରିଖରେ ପୁଣି ୪ ଦିନିଆ ରିମାଣ୍ଡରେ ନେଇଥିଲା । ଆଜିଠାରୁ ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଆରମ୍ଭ ହୋଇଥିବା ବେଳେ ତାଙ୍କର ପଲିଗ୍ରାଫ ଏବଂ ନାର୍କୋ ଟେଷ୍ଟ କରାଯିବ । ଆସନ୍ତାକାଲି(ଶୁକ୍ରବାର) ନାର୍କୋ ଟେଷ୍ଟ ହେବାକୁ ଥିବା ବେଳେ ଆଜି ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଫିଟନେସ ଟେଷ୍ଟ କରାଯିବ ।

ଏହି ମାମଲାର ତଦାରଖ କରୁଥିବା ଜଷ୍ଟିସ ଜେପି ଦାସ ଓ ପୋଲିସ ଡିଜି ସୁନୀଲ ବଂଶଲ ବୁଧବାର ଦିନ କ୍ରାଇମ ସ୍ପଷ୍ଟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ଜେପି ଦାସ କହିଥିଲେ,"ମାମଲାର ତଦନ୍ତ ଠିକ ବାଟରେ ଚାଲିଛି । ହତ୍ୟା ଉଦ୍ଦେଶ୍ୟ ନେଇ ଅଧିକ ତଦନ୍ତ ଜାରି ରହିଛି ।" ସେହିପରି ସୁନୀଲ ବଂଶଲ ଝାରସୁଗୁଡାରୁ ଭୁବନେଶ୍ବର ଫେରିବା ବେଳେ ବିମାନବନ୍ଦରରେ କହିଥିଲେ," ସବୁ ଦିଗରେ ତଦନ୍ତ ଜାରି ରହିଛି । ଅଧିକ ତଦନ୍ତ ପାଇଁ ପୁଣି ରିମାଣ୍ଡର ଅଣାଯିବ ।

ଏହା ମଧ୍ୟ ପଢନ୍ତୁ: ଆଉ ୫ ଦିନ ରିମାଣ୍ଡରେ ଗୋପାଳ, ଘଟଣାସ୍ଥଳରେ ଅନୁଧ୍ୟାନ କରି ଫେରିଲେ ଜଷ୍ଟିସ ଦାସ ଓ ଡିଜିପି

ପ୍ରକାଶଥାଉକି, ଗୋପାଳକୁ ଗତକାଲି ଗୁଜୁରାଟ ନିଆଯାଇଥିବା ବେଳେ ଝାରସୁଗୁଡା ବିମାନବନ୍ଦରରୁ ଅଜବ ଦୃଶ୍ୟ ସାମ୍ନାକୁ ଆସିଥିଲା । ନିଜର ଖବରକୁ ପେପରରେ ଦେଖି ମନ ଖୋଲି ହସିଥିଲେ ଗୋପାଳ । ରାଜ୍ୟର ହାଇ ପ୍ରୋଫାଇଲ ମର୍ଡର କେସର ଅଭିଯୁକ୍ତ ହୋଇ ମଧ୍ୟ ମନରେ ଟିକେ ଶଙ୍କା ନଥିବା ଭଳି ମନେ ହେଉଥିଲା । ଏହାରି ଭିତରେ ନାର୍କୋ ଏବଂ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ବିନା ସଙ୍କୋଚରେ ରାଜି ହୋଇଯାଇଛି ଗୋପାଳ ।

କଣ ଏହି ନାର୍କୋ ଟେଷ୍ଟ ?:ଫରେନସିକ ସାଇକୋଲୋଜି ଡିଭିଜନର ଏକ ଟେଷ୍ଟ ହେଇଛି ନାର୍କୋ ଟେଷ୍ଟ । ଏହି ଟେଷ୍ଟରେ ସେରମ ସୋଡିୟମ ପେଣ୍ଟାଥଲକୁ ଶରୀରରେ ପ୍ରବେଶ କରାଯାଇଥାଏ । ଫଳରେ ବ୍ୟକ୍ତି ଜଣକ ଚେତନ ଅବସ୍ଥାରୁ ଅବଚେତନ ଅବସ୍ଥାକୁ ଆସିଥାଏ । ଫଳରେ ଆତ୍ମଚେତନ ଉପରୁ ନିୟନ୍ତ୍ରଣ ହରାଇଥାଏ । ଫଳରେ ବ୍ୟକ୍ତି ଜଣକ ସବୁ ସତକଥା କହିଦେଇଥାଏ । ବିଚାର କରିବାର ଶକ୍ତି ହରାଇ ବସିଥିବାରୁ ମିଛ କହିପାରେ ନାହିଁ ।

ଇଟିଭି ଭାରତ, ଝାରସୁଗୁଡା

Last Updated : Feb 9, 2023, 10:41 AM IST

ABOUT THE AUTHOR

...view details