ଓଡିଶା

odisha

ETV Bharat / state

ବାଜିରେ ଲାଗିଛି ଜୀବନ, ଭଙ୍ଗା ଆଜବେଷ୍ଟସ ତଳେ ଭବିଷ୍ୟତ ଗଢୁଛନ୍ତି ଛାତ୍ରୀ

ବିପଦପୂର୍ଣ୍ଣ ଅବସ୍ଥାରେ ଚାଲିଛି ଝାରସୁଗୁଡାର ବ୍ରଜରାଜନଗର ରାଜପୁର ଅଞ୍ଚଳର ବାଳିକା ଉଚ୍ଚ ବିଦ୍ୟାଳୟ । ଭଙ୍ଗା ଆଜବେଷ୍ଟସ ତଳେ ପାଠ ପଢୁଛନ୍ତି ଛାତ୍ରୀ ।

ଫଟୋ ସୌଜନ୍ୟ-ପ୍ରତିନିଧି, ଝାରସୁଗୁଡା

By

Published : Aug 21, 2019, 7:59 PM IST

Updated : Aug 21, 2019, 8:06 PM IST

ଝାରସୁଗୁଡା: କେତେବେଳେ ବି ପଡିଯାଇପାରେ ଆଜବେଷ୍ଟସ । ମନରେ ଏଭଳି ଭୟ ନେଇ ଜୀବନକୁ ପାଣି ଛଡାଇ ପାଠ ପଢୁଛନ୍ତି ଛାତ୍ରୀ । ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ଚାଲିଛି ଜିଲ୍ଲା ଅନ୍ତର୍ଗତ ବ୍ରଜରାଜନଗର ରାଜପୁର ଅଞ୍ଚଳର ବାଳିକା ଉଚ୍ଚ ବିଦ୍ୟାଳୟ ।

ଭିଡିଓ ସୌଜନ୍ୟ-ପ୍ରତିନିଧି, ଝାରସୁଗୁଡା

ଅବ୍ୟବସ୍ଥା ଘେରରେ ସ୍କୁଲ । କେଉଁଠି ପିଲାମାନଙ୍କ ପଢା ପାଇଁ ସ୍କୁଲ ଘର ନାହିଁ ତ ପୁଣି କେଉଁଠି ଖୋଲା ଆକାଶ ତଳେ ଚାଲିଛି ପିଲାଙ୍କ ପାଠ ପଢା । ବିଦ୍ୟାଳୟ ଛାତ ଫାଟି ସିମେଣ୍ଟ ଖସୁଛି । ପୁଣି କେତେବେଳେ ବର୍ଷା ହେଲେ ପାଣି ଗଳୁଛି । ଏଭଳି ନାନା ଅସୁବିଧା ଭିତରେ ଭବିଷ୍ୟତ ଗଢିବାରେ ଲାଗିପଡିଛନ୍ତି ଏଠାକାର ଛାତ୍ରୀମାନେ ।

ଚଳିତ ବର୍ଷ ମେ ମାସରେ ହୋଇଥିବା ଝଡ଼ତୋଫାନରେ ବିଦ୍ୟାଳୟର ୮ଟି କୋଠରୀ ମଧ୍ୟରୁ ୪ଟିର ଆଜବେଷ୍ଟସ ସମ୍ପୂର୍ଣ୍ଣରୂପେ ନଷ୍ଟ ହୋଇଛି । ଏଥିସହ ଅନ୍ୟ ଶ୍ରେଣୀଗୃହ ମଧ୍ୟ କିଛି ମାତ୍ରାରେ ପ୍ରଭାବିତ ହୋଇଛି । ଯେଉଁଥି ପାଇଁ ସମାନ୍ୟ ବର୍ଷା ହେଲେ ଛାତରୁ ପାଣି ଗଳୁଛି । ଏପରି ପରିସ୍ଥିତିରେ ମଧ୍ୟ ଚାଲିଛି ପାଠ ପଢା । ଏହି ସ୍କୁଲରେ ନବମ ଓ ଦଶମ ଶ୍ରେଣୀର ୫୫ ଛାତ୍ରୀ ନିୟମିତ ପାଠ ପଢ଼ି ଆସୁଛନ୍ତି । ସ୍କୁଲ ଘରର ଏପରି ଅବସ୍ଥା କାରଣରୁ ବେଳେବେଳେ ଛାତ୍ରୀମାନେ ପାଠ ପଢିବା ପାଇଁ ଆସିବାକୁ ଭୟ କରୁଛନ୍ତି ।


ଏହି ବିଦ୍ୟାଳୟଟି ସମ୍ପୂର୍ଣ୍ଣ ରୂପେ ସରକାରୀ ବିଦ୍ୟାଳୟ ହୋଇ ନଥିବା ବେଳେ ଏହାକୁ ସ୍ଥାନୀୟ କମିଟି ଦ୍ବାରା ପରିଚାଳିତ କରାଯାଏ । ହେଲେ ଏପରି ବିପର୍ଯ୍ୟସ୍ଥ ଅବସ୍ଥା ବେଳେ ବିଦ୍ୟାଳୟର ମରାମତି କରିବା ପାଇଁ କମିଟି ପାଖରେ ଅର୍ଥର ଅଭାବ ରହିଛି ।

ଏ ନେଇ ଅଞ୍ଚଳବାସୀ ସହ କମିଟି ମିଶି ବହୁତଥର ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି । ବିଦ୍ୟାଳୟ ସମ୍ପର୍କରେ ପ୍ରଧାନ ଶିକ୍ଷୟତ୍ରୀ ପ୍ରମିଳା ପଟେଲ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି । ଅନ୍ୟପଟେ ବିଦ୍ୟାଳୟର ମରାମତି ପାଇଁ ପ୍ରଶାସନ ପକ୍ଷରୁ ପାଖାପାଖି 8 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ମରାମତି କାମ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛୟପ କହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Aug 21, 2019, 8:06 PM IST

ABOUT THE AUTHOR

...view details