ଓଡିଶା

odisha

ETV Bharat / state

ରାତି ପାହିଲେ ନିର୍ବାଚନ: ପିଙ୍କ୍‌ ବୁଥ୍ ଅଭିମୁଖେ ମହିଳା କର୍ମଚାରୀ

ରାତି ପାହିଲେ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ । ଝାରସୁଗୁଡା ଜିଲ୍ଲାରେ ମହିଳାଙ୍କ ପାଇଁ 2ଟି ପିଙ୍କ୍‌ ବୁଥ୍ କରାଯାଇଛି । ତେଣୁ ଭୋଟ୍ ପାଇଁ ପୋଲିଂ ବୁଥ୍ ଅଭିମୁଖେ ବାହାରିଛନ୍ତି ମହିଳା କର୍ମଚାରୀ ।

By

Published : Apr 17, 2019, 4:49 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ରାତି ପାହିଲେ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ନିଜ ମନପସନ୍ଦରର ନେତାଙ୍କୁ ବାଛିବେ ଭୋଟର୍ । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ପ୍ରସ୍ତୁତି ପର୍ବ ଚୂଡାନ୍ତ ପର୍ଯ୍ୟାୟରେ । ସୁରୁଖୁରରେ କିପରି ଭୋଟ୍ ଗ୍ରହଣ ହେବ ସେଥିପାଇଁ ନିର୍ବାଚନ କମିଶନ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଚଳିତ ଥର ଝାରସୁଗୁଡା ଜିଲ୍ଲାରେ ମହିଳା ଭୋଟରଙ୍କ ପିଙ୍କ୍‌ ବୁଥ କରାଯାଇଛି । ମହିଳା ଭୋଟର କିପରି ବିନା କୌଣସି ଦ୍ବିଧାରେ ଭୋଟ୍ ଦେବେ ସେଥିପାଇଁ ଝାରସୁଗୁଡା ଓ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ 2ଟି ପିଙ୍କ୍ ବୁଥ୍ କରାଯାଇଛି । ଯେଉଁ ବୁଥ୍‌ରେ ସମସ୍ତ କାର୍ଯ୍ୟ ପରିଚାଳନା କରିବେ ମହିଳା । ତେଣୁ 2ଟି ବୁଥ୍ ଦାୟିତ୍ବ ଦିଆଯାଇଥିବା ମହିଳା କର୍ମଚାରୀ ମାନେ ପୋଲିଂ ବୁଥ୍ ଅଭିମୁଖେ ବାହାରି ଯାଇଛନ୍ତି ।

ତେବେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜିଲ୍ଲାରେ ମୋଟ୍ 510ଟି ପୋଲିଂ ବୁଥ୍ କରାଯାଇଛି । ସେଥିରୁ ବେହେରାମାଲ ସେବାଶ୍ରମ ବିଦ୍ୟାଳୟର ବୁଥ ନଂ ୯୮ ଓ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ସ୍ଥିତ ବି. ଆର. ଉଚ୍ଚ ବିଦ୍ୟାଳୟ ର ବୁଥ ନଂ ୧୩୫ ପିଙ୍କ୍ ବୁଥ୍ କରାଯାଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details